Home ଜିଲ୍ଲା ପରିକ୍ରମା ଭଦ୍ରକରେ ସମବାୟ ସପ୍ତାହ ପାଳିତ, ୭ଦିନ ଧରି ଲୋକଙ୍କୁ ସଚେତନ କରାଇବା ସଚେତନତା ରଥ

ଭଦ୍ରକରେ ସମବାୟ ସପ୍ତାହ ପାଳିତ, ୭ଦିନ ଧରି ଲୋକଙ୍କୁ ସଚେତନ କରାଇବା ସଚେତନତା ରଥ

103

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ସମବାୟ ସପ୍ତାହ ପାଳନ ଅବସରରେ ଭଦ୍ରକ-ବାଲେଶ୍ୱର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଭଦ୍ରକ ଶାଖା ସମ୍ମୁଖରେ ସପ୍ତରଙ୍ଗୀ ଇନ୍ଦ୍ରଧୁନ ସମବାୟ ଏକତାର ପ୍ରତୀକ ରୂପେ ଜିଲାସ୍ତରୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସହକାରୀ ନିବନ୍ଧକ କାର୍ଯ୍ୟାଳୟ, ଭଦ୍ରକ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହକାରୀ ନିବନ୍ଧକ ସୁଶ୍ରୀ ପ୍ରାଚିତା ଜେନା ପତାକା ଉତ୍ତୋଳନ କରିଥିବାବେଳେ ଉପ ସହକାରୀ ନିବନ୍ଧକ ସତ୍ୟପ୍ରକାଶ ସେଠୀ ସମବାୟ ଆନ୍ଦୋଳନ ସଂପର୍କରେ ତଥା ସପ୍ତରଙ୍ଗୀ ପତାକାର ଉତ୍କର୍ଷତା, ତାତ୍ପର୍ଯ୍ୟ ନେଇ ଓଜସ୍ୱିନୀ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ପାରସ୍ପରିକ ସହଯୋଗ ଓ ସହଭାଗିତା ବଳରେ ଲୋକଙ୍କର ଆର୍ଥିକ ମାନଦଣ୍ଡ ବୃଦ୍ଧି ହେବା ସହ ଦେଶର ଅଭିବୃଦ୍ଧି ଓ ବିକାଶ ହୋଇପାରିବ । ଗଣତାନ୍ତ୍ରିକ ବ୍ୟବସ୍ଥା ଦ୍ୱାରା ପ୍ରତିଷ୍ଠିତ ସମବାୟ ଆନ୍ଦୋଳନ ଲୋକଙ୍କର ଆଶା ଆକାଂକ୍ଷା ଓ ଅପେକ୍ଷାକୁ ପୂରଣ କରିବା ସହିତ ଆଗାମୀ ଦିନରେ ସମବାୟ ସଂସ୍ଥା ଋଣ ପ୍ରଦାନ ପୂର୍ବକ ବହୁମୁଖୀ କାର୍ଯ୍ୟକ୍ରମ ହାତକୁ ନେବାର ଲକ୍ଷ୍ୟ ରଖିଛି ।

ଏଥିରେ ସୁଶାନ୍ତ ନାୟକ ଶାଖା ପରିଚାଳକ ସମବାୟ ପତାକା ସଂଗୀତ ଗାନ କରିଥିବାବେଳେ ଶାଖା ପରିଚାଳକ ନିର୍ମଳ ସେଠୀ, ଜୋନାଲ ଅଫିସର ସଂଜୟ ନାୟକ ଓ ବସନ୍ତ ରଣା, ବାବାଜୀ ମଲ୍ଲିକ, ମୃତ୍ୟୁଞ୍ଜୟ ପଣ୍ଡା, ଅଭିଳାସ ରଣା, ଇତିରେଖା ମଲ୍ଲିକ, ଋତୁପର୍ଣ୍ଣା ସାହୁ, ପ୍ରଜ୍ଞା ସାମଲ, ତାପସ ରାଉତ ଓ ଗାୟତ୍ରୀ ନାୟକ ପ୍ରମୁଖ ସମବାୟ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସମସ୍ତେ ପହଞ୍ôଚବା ପରେ ଡେପୁଟି କଲେକ୍ଟର ମନୋରମା ଜାଲି ସବୁଜ ପତାକା ଦେଖାଇ ସମବାୟ ରଥର ଶୁଭାରମ୍ଭ କରିଥିଲେ । ଏହି ରଥ ୭ ଦିନ ମଧ୍ୟରେ ସମବାୟ ଆନ୍ଦୋଳନ ସଂପର୍କରେ ଲୋକଙ୍କୁ ସଚେତନ କରିବ । ଏଠାରେ ସୂଚନାଯୋଗ୍ୟ ଆସନ୍ତା ୧୬ ତାରିଖରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ‘ସମବାୟ ଆନ୍ଦୋଳନ’ ଉପରେ ଏକ ବକ୍ତୃତା ଓ ରଚନା ପ୍ରତିଯୋଗିତା ହେବ । ସେହିଭଳି ୧୭ ତାରିଖ ସକାଳ ୭ ଘଟିକା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ଗଣଦୌଡ ଆରମ୍ଭ ହୋଇ ସହକାରୀ ନିବନ୍ଧକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବ । ଶେଷରେ ୧୮ ତାରିଖ ଦିନ ଭଦ୍ରକ ସହୀଦ ସ୍ମୃତି ଭବନ ଠାରେ ଚାଷୀମାନଙ୍କୁ ନେଇ ଏକ ଜିଲାସ୍ତରୀୟ ବିଶାଳ କାର୍ଯ୍ୟକ୍ରମ କରାଯିବାର ସ୍ଥିର ହୋଇଛି ବୋଲି ଉପସହକାରୀ ନିବନ୍ଧକ ସତ୍ୟପ୍ରକାଶ ସେଠୀ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.