Home ଜିଲ୍ଲା ପରିକ୍ରମା ଭଦ୍ରକରେ ପ୍ରବାସୀ ଯାଉଥିବା ବସ୍‌ରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

ଭଦ୍ରକରେ ପ୍ରବାସୀ ଯାଉଥିବା ବସ୍‌ରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର

126

ଭଦ୍ରକ, ୨୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାମିଲନାଡୁରୁ ପଶ୍ଚିମବଙ୍ଗ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁସାରେ ତାମିଲନାଡୁରୁ ପଶ୍ଚିମବଙ୍ଗ ବିରଭୁମ୍ ବାଙ୍ଗାରାମ ଅଂଚଳର ଶ୍ରମିକ ବବୁଲୁ ଘୋଷଙ୍କ ଦେହ ସୋର ନିକଟରେ ଖରାପ ହେବାରୁ ବସ୍ ଡ୍ରାଇଭର ସୋର ପ୍ରଶାସନକୁ ସହାୟତା ମାଗିଥିଲେ । ହେଲେ ତାଙ୍କୁ ସେଠାରେ କୌଣସି ସହଯୋଗ ମିଳିନଥିବାରୁ ଶେଷରେ ଡ୍ରାଇଭର ଜଣକ ଭଦ୍ରକ ଫେରିଆସି ବନ୍ତଛକ ନିକଟରେ କାର୍ଯ୍ୟରତ ପୁଲିସ୍‌ର ସହାୟତା ମାଗିଥିଲେ । ପରେ ଭଦ୍ରକ ଟାଉନ୍ ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ମୃତ ଯୁବକଙ୍କୁ ବସ୍‌ରୁ ଓହ୍ଲାଇଥିଲେ । ପୁଲିସ୍ ପକ୍ଷରୁ ମୃତଦେହକୁ ଉଦ୍ଧାର କରାଯାଇଥିବାବେଳେ ଭଦ୍ରକ ଜିଲା ମେଡିକାଲରେ ଶବଟିର ବ୍ୟବଚ୍ଛେଦ କରାଯାଇଛି । ତେବେ କେଉଁ କାରଣରୁ ଶ୍ରମିକ ଜଣଙ୍କର ମୃତ୍ୟୁ ଘଟିଛି, ପୁଲିସ୍‌ର ତଦନ୍ତ ପରେ ଜଣାପଡିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.