Home ଜିଲ୍ଲା ପରିକ୍ରମା ଭଦ୍ରକରେ ପୀରହାଟ ଓ ସାବରଙ୍ଗ ଥାନାକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭଦ୍ରକରେ ପୀରହାଟ ଓ ସାବରଙ୍ଗ ଥାନାକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

12

ଭଦ୍ରକ, ୩୦ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଆଜି ଏହି ଜିଲାର ତିହିଡି ବ୍ଲକ୍‌ର ପୀରହାଟ ଓ ଭଦ୍ରକ ବ୍ଲକ୍‌ର ସାବରଙ୍ଗ ଫାଣ୍ଡିକୁ ପୂର୍ବ ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଭାବେ ନୂତନ ଥାନା ଉଦ୍‌ଘାଟନ କରିଛନ୍ତି । ପୂର୍ବରୁ ପୀରହାଟ ଫାଣ୍ଡି ଚାନ୍ଦବାଲି ଅଧୀନରେ ରହିଥିବାବେଳେ ସାବରଙ୍ଗ ଫାଣ୍ଡି ଗ୍ରାମାଞ୍ଚଳ ଥାନା ଅଧୀନରେ ରହିଥିଲା । ଏହି ଦୁଇଟି ଫାଣ୍ଡି ଉପରେ ସ୍ଥାନୀୟ ଅଂଚଳର ବହୁ ଲୋକ ନିର୍ଭର କରୁଥିଲେ । ତେବେ ନୂତନ ଭାବେ ସାବରଙ୍ଗ ଥାନା ଉଦ୍‌ଘାଟନ ହେବା ପରେ ଏହି ଅଂଚଳର ୧୦ଟି ପଂଚାୟତର ୪୬ଟି ଗ୍ରାମ ଏହା ଉପରେ ନିର୍ଭର କରିବ । ଫାଣ୍ଡିଗୁଡିକ ଥାନା ଘୋଷଣା ହେବା ପରେ ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଏହି ଉଦ୍‌ଘାଟନ କାଳରେ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ, ବିଧାୟକ ସଂଜୀବ କୁମାର ମଲ୍ଲିକ, ଜିଲାପାଳ ଡ. ଜ୍ଞାନ ଦାସ, ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କ ସମେତ ବହୁ ପୁଲିସ୍ ଅଧିକାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.