Home ଜିଲ୍ଲା ପରିକ୍ରମା ଭଦ୍ରକରେ ପବିତ୍ର ମହରମ ପର୍ବ ଆଡମ୍ବରରେ ପାଳିତ ହେଲା, ଭଦ୍ରକ ସହର ପରିକ୍ରମା କଲା ୪୧...

ଭଦ୍ରକରେ ପବିତ୍ର ମହରମ ପର୍ବ ଆଡମ୍ବରରେ ପାଳିତ ହେଲା, ଭଦ୍ରକ ସହର ପରିକ୍ରମା କଲା ୪୧ କାଫେଲା

14

ଭଦ୍ରକ, ୨୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଶନିବାର ପବିତ୍ର ମହରମ ପର୍ବ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହୋଇଛି । ଆଜି ୪୧ କାଫେଲା ଭଦ୍ରକ ସହର ପରିକ୍ରମା କରିଛି । ସୂଚନାଥାଉକି ଇସଲାମ ଧର୍ମରେ ଚନ୍ଦ୍ର ଗଣନାକୁ ଆଧାର କରି ପ୍ରତ୍ୟେକ ବର୍ଷ ଏହି ପର୍ବ ପାଳନ କରାଯାଇଥାଏ । ଇସଲାମିକ (ହିଜରୀ) କ୍ୟାଲେଣ୍ଡର ଅନୁସାରେ ମହରମ ପର୍ବ ହେଉଛି ବର୍ଷର ପ୍ରଥମ ମାସ । ମହରମର ୧ ତାରିଖରୁ ମୁସଲମାନମାନଙ୍କ ନୂତନ ବର୍ଷ ଆରମ୍ଭ ହୁଏ । ୧ ତାରିଖରୁ ୧୦ ଦିନ ଯାଏଁ ଆମ ଭାରତ ସହିତ ବିଶ୍ୱରେ ମଧ୍ୟ ମହରବ ପର୍ବ ପାଳିତ ହୋଇଥାଏ । ୧୪୪୫ ହିଜରୀ କ୍ୟାଲେଣ୍ଡର ଅନୁଯାୟୀ ଆଜି (ଶନିବାର) ଦଶମ ଦିନରେ “ୟମେ ଆଶୁରା” ପର୍ବ ତଥା ପ୍ରଫେଟ ମହମ୍ମଦଙ୍କ ନାତି ହଜରତ ଏମାମ ହୋସେନ କରବଲା ମଇଦାନରେ ଶତ୍ରୁ ଆଗରେ ନିଜକୁ ସମର୍ପଣ ନ କରି ଇସଲାମ ଧର୍ମ ପାଇଁ ନିଜ ପ୍ରାଣ ବଳିଦାନ ଦେଇ ସହିଦ ହୋଇଥିଲେ । ଏହି ସହିଦ ଦିବସ ସମଗ୍ର ବିଶ୍ୱରେ “ୟାଦେଁ ଏମାମ ହୋସେନ” ପର୍ବ ଭାବେ ପାଳନ କରାଯାଉଛି । ଏହି ଉପଲକ୍ଷେ ଭଦ୍ରକରେ ମଧ୍ୟ ମହରମ ପର୍ବ ପାଳିତ ହୋଇଛି । ଭଦ୍ରକ ସହରରେ ୪୧ଟି ସୁସଜ୍ଜିତ “କାଫେଲା” ସହର ପରିକ୍ରମା କରିଥିଲା । ଗୋଟିଏ କାଫେଲା ଚରମ୍ପାରେ ରହିଥିଲା, ୬ଟି କାଫେଲା କଚେରୀ ରାସ୍ତା ବୁଲି କଣ୍ଟାବଣିଆ ରାସ୍ତାରେ ଆସି ନଙ୍ଘାମହଲ୍ଲା ମସଜିଦ ସମ୍ମୁଖରେ ପହଞ୍ôଚବା ପରେ ସେଠାରେ ଧର୍ମସଭାର ଆୟୋଜନ ହୋଇଥିଲା ।

ଅବଶିଷ୍ଟ ୩୪ଟି କାଫେଲା ହଳଦୀଡିହି, ବାଙ୍କା ଛକ, ପୁୁରୁଣାବଜାର, ହେଲାସାହି ଛକ, ତଥା ମୋଲ୍ଲାସାହି, ଚନ୍ଦନବଜାର ହୋଇ ମଦିନା ମଇଦାନଠାରେ ପହଞ୍ôଚଥିଲେ । ରାତ୍ରି ୯ ଘଟିକାଠାରୁ ଧର୍ମସଭାର ଆୟୋଜନ ହୋଇଥିଲା । ଏହି ଧର୍ମସଭାରେ ଓଡ଼ିଶାର ପ୍ରସିଦ୍ଧ କବି ମୁସ୍ତାକ ଗୌହର ସଂଚାଳକ ଦାୟିତ୍ୱ ତୁଲାଇଥିଲେ ଏବଂ ବିଶିଷ୍ଟ ମୌଲାନା (ପଣ୍ଡିତ) ଓ ସାଏର (କବି)ମାନେ ଧର୍ମସଭାରେ ଯୋଗଦାନ କରି “ୟାଦେଁ ଏମାମ ହୋସେନ”ଙ୍କ ନୀତିବାଣୀ ଉପରେ ଆଲୋକପାତ କରିଥିଲେ । ଭଦ୍ରକ ମୁସଲିମ ଜମାତର ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀ, ଉପ ସଭାପତି ମହମ୍ମଦ ଜକାଉଲ୍ଲା, ସାଧାରଣ ସଂପାଦକ ହାଜୀ ଇନାମ ମହମ୍ମଦ, ସଂପାଦକ ହାଜୀ ଅବଦୁଲ ମୁକିତ୍ ଖାନ ଓ ଶେଖ ସିରାଜୁଦ୍ଦିନ, ମହରମ କମିଟିର ସଭାପତି ହଫିଜୁର ରହେମାନ ଖାନ, ସାଧାରଣ ସମ୍ପାଦକ ଅଖତର ଅଲି ଖାନ ଦାୟିତ୍ୱ ଭାର ସମ୍ଭାଳିଥିଲେ ଏବଂ ପ୍ରତ୍ୟେକ କାଫେଲାକୁ ଗାଇଡ କରିବା ପାଇଁ ପ୍ରତ୍ୟେକ ବସ୍ତିର ମୁଖ୍ୟଙ୍କ ସହିତ ସବ୍‌ବିର ଅଲି, ଜମିଲ ଅଖତର ଖାନ, ଇଂ ରେଜାଏ – ରସୁଲ, ଇଂ ହବିବୁଲ୍ଲା ଖାଁ, ଇଂ ମୁକ୍ତାର ଅହେମଦ ରସିଦ, ହାଜୀ ତବାରକ ଅଲୀ, ମତଲୁବ ଅଲି, ଶେର ଅଲି ଖାଁ, ହାଜି କାଶିମ ଖାଁ, ହାଜୀ ଅନୱର ହୋସେନ, ଏସ.ଏମ.ଫାରୁକ, ଅସରଫ ଅଲି, ମିଡିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ), ଶେଖ ଅବୁକଲାମ, ଶେଖ ହବିବୁଲ୍ଲା, ଜାୱେଦ ଅଖତର, ଅବୁହୋସେନ ଖାଁ, ମିର୍ଜା ଏକ୍ରାମ ବେଗ, ହାଜୀ କୟୁମ ଶାହା, ହାଜୀ ସଇଦ ସାହା, ହଇଦର ଅଲି ଖାଁ, ଓସିମ ଅଖତର ଖାଁ, ଅଲାଉଦ୍ଦିନ ଖାଁ, ପ୍ରମୁଖ ଉପସ୍ଥିତ ରହି ଦାୟିତ୍ୱ ମଧ୍ୟ ତୁଲାଇଥିଲେ । ପବିତ୍ର ମହରମ ପର୍ବରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବନ୍ଦୋବସ୍ତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.