Home ଜିଲ୍ଲା ପରିକ୍ରମା ଭଦ୍ରକରେ ନୂତନ ଆକ୍ରାନ୍ତ ୧୧୪ ଚିହ୍ନଟ

ଭଦ୍ରକରେ ନୂତନ ଆକ୍ରାନ୍ତ ୧୧୪ ଚିହ୍ନଟ

66

ଭଦ୍ରକ, ୨୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଜି ନୂଆ କରୋନା ଆକ୍ରାନ୍ତ ୧୧୪ଜଣ ଚିହ୍ନଟ ହୋଇଛନ୍ତି । ମୋଟ ୭୨ହଜାର ୫୭୧ଜଣଙ୍କ ନମୁନା ପରୀକ୍ଷା ପରେ ଏବେ ମୋଟ ଆକ୍ରାନ୍ତ ସଂଖ୍ୟା ହୋଇଛି ୪୫୨୩ । ଏମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି ୩୭୧୩ଜଣ । ଜିଲ୍ଲାରେ ଏବେ ଆକ୍ଟିଭ କେଶ ୭୯୯ ରହିଛି । ଆଜି ଚିହ୍ନଟ ହୋଇଥିବା ୧୧୪ଜଣଙ୍କ ମଧ୍ୟରେ ବାସୁଦେବପୁର ବ୍ଲକରୁ ୨୩ଜଣ, ବାସୁଦେବପୁର ପୌରପାଳିକାରୁ ୫ଜଣ, ଭଦ୍ରକ ବ୍ଲକରୁ ୧୫ଜଣ, ଭଦ୍ରକ ପୌରପାଳିକାରୁ ୨୨ଜଣ, ବନ୍ତ ବ୍ଲକରୁ ୮ଜଣ, ଭଣ୍ଡାରିପୋଖରୀ ବ୍ଲକରୁ ଜଣେ, ଚାନ୍ଦବାଲି ବ୍ଲକରୁ ୫ଜଣ, ଚାନ୍ଦବାଲି ଏନ୍‌ଏସିରୁ ଜଣେ, ଧାମନଗର ବ୍ଳକରୁ ଜଣେ, ତିହିଡି ବ୍ଲକରୁ ୩୧ଜଣ ଏବଂ ଅନ୍ୟ ଜିଲ୍ଲାରୁ ୨ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.