Home ଓଡ଼ିଶା ଭଦ୍ରକରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲି ଏବଂ ବିଶାଳ ଜନସମାବେଶରେ ଯୋଗଦେଲେ ରାଜ୍ୟ ସଭାପତି

ଭଦ୍ରକରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲି ଏବଂ ବିଶାଳ ଜନସମାବେଶରେ ଯୋଗଦେଲେ ରାଜ୍ୟ ସଭାପତି

254

ଗାନ୍ଧୀଙ୍କ ଅହିଂସା ନୀତି ଆଦର୍ଶରେ ଗଢା ହୋଇଥିବା କଂଗ୍ରେସ ଏବେ ଦେଶରେ ହିଂସା କରୁଛି : ସମୀର ମହାନ୍ତି
ଭଦ୍ରକ/ଭୁବନେଶ୍ୱର, ୨୭/୦୧ (ଓଡ଼ିଆ ପୁଅ) : ନାଗରିକତା ସଂଶୋଧନ ଆଇନକୁ ନେଇ ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁବର୍ଗର ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ଆଇନରେ ରହିଛି। ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି। ଯେଉଁ କଂଗ୍ରେସ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ଅହିଂସା ନୀତି ଆଦର୍ଶରେ ତିଆରି ହୋଇଥିଲା ସେହି କଂଗ୍ରେସ ଏବେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ଦେଶରେ ହିଂସାର ବାତାବରଣ ତିଆରି କରୁଛି ବୋଲି ଭଦ୍ରକଠାରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲିରେ ଯୋଗ ଦେଇ କହିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି।

ଶ୍ରୀ ମହାନ୍ତି କହିଛନ୍ତି ଯେ, ବିରୋଧୀ କଂଗ୍ରେସ ଏବଂ କିଛି ଆଂଚଳିକ ଦଳ ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ କୁପ୍ରଚାର କରୁଛନ୍ତି। ଏହି ଆଇନ ଦ୍ୱାରା ଭାରତ କିମ୍ବା ଭଦ୍ରକରେ ରହୁଥିବା କୌଣସି ଜଣେ ହେଲେ ବି ମୁସଲମାନ ଭାଇ ଭଉଣୀମାନଙ୍କର ନାଗରିକତା ଯିବନାହିଁ। ସ୍ୱାଧୀନତା ପରେ ଦୀର୍ଘ ୭୦ ବର୍ଷ ଧରି ପାକିସ୍ତାନରେ ଆମ ଦେଶର ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ଖ୍ରୀଷ୍ଟ ଏବଂ ପାର୍ସୀ ଧର୍ମର ଲୋକଙ୍କୁ ଅତ୍ୟାଚାର କରି ଧର୍ମ ପରିବର୍ତ୍ତନ କରାଯାଇଛି। ଏବେ ନାଗରିକତା ସଂଶୋଧନ ଆଇନ ଦ୍ୱାରା ଏବେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶର ଧାର୍ମୀକ ଉପ୍ତିଡନର ଶୀକାର ହୋଇଥିବା ଶରଣାର୍ଥୀମାନଙ୍କୁ ଭାରତର ନାଗରିକତା ମିଳିପାରିବ।

ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ଏକ ବିରାଟ ଶୋଭାଯାତ୍ରା ନୂଆ ବସଷ୍ଟାଣ୍ଡ ସ୍ଥିତ ଦକ୍ଷିଣେଶ୍ୱର କାଳି ମନ୍ଦିରରୁ ବାହାରି ପୂରା ସହର ପରିକ୍ରମା କରି ନୂତନ ଜିଲ୍ଲାପାଳ କାର୍ଯ୍ୟାଳୟ ସନ୍ନିକଟ ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା। ଏହି ସଚେତନତା ରାଲିରେ ବିଧାୟକ ବିଷ୍ନୁ ସେଠୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, କୃଷ୍ନଚନ୍ଦ୍ର ମହାପାତ୍ର, ଜିଲ୍ଲା ସଭାପତି ହେମନ୍ତ ପାଢୀ, ଅଭିମନ୍ୟୁ ସେଠୀ, ମାଧବାନନ୍ଦ ମଲ୍ଲିକ, ଡ.ପ୍ରଦୀପ ନାୟକ, ବଦ୍ରିନାରାୟନ ଧଳ ପ୍ରମୁଖ ନେତୃତ୍ୱ ନେଇଥିଲେ। ଜିଲ୍ଲାର ଶରତ ପଢିଆରୀ, ତପନ ମହାନ୍ତି, ମନସ୍ମିତା ଖୁଂଟିଆ, ଶଙ୍କର୍ଷଣ ଜେନା ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଏହି ଶୋଭାଯାତ୍ର ଏବଂ ସଭାରେ ଉପସ୍ଥିତ ଥିଲେ। ଆଜିର ଏହି ସମାବେଶରେ ସ୍ଥାନୀୟ ଅଂଚଳର ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଥଲେ। ସଭା ପରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ସ୍ଥାନୀୟ କିଛି ବୁଦ୍ଧିଜିବୀଙ୍କୁ ସାକ୍ଷାତ କରି ନାଗରିକତା ସଂଶୋଧନ ଆଇନ ସଂପର୍କିତ ପ୍ରଚାର ପତ୍ର ବଂଟନ କରିବା ସହ ଆଲୋଚନା କରିଥିଲେ।

ସଭା ପୂର୍ବରୁ ନବନିର୍ବାଚିତ ସଭାପତି ଶ୍ରୀ ସମୀର ମହାନ୍ତିଙ୍କୁ ଭଦ୍ରକ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.