Home ଜିଲ୍ଲା ପରିକ୍ରମା ଭଦ୍ରକରେ ଗତ ୫ ଦିନରେ ଅମାନିଆଁଙ୍କ ଠାରୁ ୮ଲକ୍ଷ ୮୯ ହଜାର ୫ ଶହ ଟଙ୍କା...

ଭଦ୍ରକରେ ଗତ ୫ ଦିନରେ ଅମାନିଆଁଙ୍କ ଠାରୁ ୮ଲକ୍ଷ ୮୯ ହଜାର ୫ ଶହ ଟଙ୍କା ଫାଇନ୍ ଆଦାୟ

26

ଭଦ୍ରକ, ୧୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଅମାନିଆଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ଜିଲା ପୁଲିସ୍ ପ୍ରଶାସନର କଡା ଯାଞ୍ଚ ସତ୍ୱେ ବହୁ ଅମାନିଆ ନକଲି କାର୍ଡ ଓ ବିନା ହେଲମେଟ୍‌, ମାସ୍କରେ କୌଣସି କାମ ନଥାଇ ଯାତାୟତ କରୁଥିବାବେଳେ ଏଥିରେ ରୋକ୍ ଲଗାଇଛି ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ । ମାସ୍କ, ସାମାଜିକ ଦୂରତ୍ୱ, ପରିବହନ ନିୟମ ଉଲ୍ଲଂଘନ ଓ ବିବାହ ଉତ୍ସବର କଟକଣାକୁ ନମାନିଥିବା କାରଣରୁ ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ ୨ ଲକ୍ଷ ୭୮ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ ହୋଇଛି । ଏବଂ ଗୋଟିଏ ଦୋକାନ ସିଲ୍ ହେବା ସହ ୧୩୩ ଲିଟର ଦେଶୀ ମଦ, ୧୦.୭୫ ଲିଟର ବିଦେଶୀ ମଦ ଜବତ ହୋଇ ୭ଟି ଅବକାରୀ କେଶ୍ ମୂଳେ ଜଣକୁ ଗିରଫ କରାଯାଇଛି । ସେହିଭଳି ୧୭ ତାରିଖରୁ ୧୮ ତାରିଖ ସକାଳ ପର୍ଯ୍ୟନ୍ତ ୨ ଲକ୍ଷ ୬୮ ହଜାର ୫ ଶହ ଜରିମାନା ଆଦାୟ ହୋଇଛି । ଏବଂ ୪ଟି ଦୋକାନ ସିଲ୍ ହେବା ସହ ୪ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ, ୪ଟି ଅବକାରୀ କେଶ୍ ମୂଳେ ୨୫.୬ ଲିଟର ଦେଶୀ ମଦ, ୨୦.୪ ଲିଟର ବିଦେଶୀ ମଦ ଜବତ ହୋଇଛି । ଅନୁରୂପ ୧୬ ତାରିଖରୁ ୧୭ ତାରିଖ ସକାଳ ପର୍ଯ୍ୟନ୍ତ ୧ ଲକ୍ଷ ୭୦ ହଜାର ୮ ଶହ ଟଙ୍କା ଫାଇନ୍ ଆଦାୟ ହୋଇଛି । ଏବଂ ୩ଟି ଦୋକାନ ସିଲ୍ ହେବା ସହ ୧୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ୭ଟି ଅବକାରୀ କେଶ୍ ମୂଳେ ୭୯ ଲିଟର ଦେଶୀ ମଦ, ୬ ଲିଟର ବିଦେଶୀ ମଦ ଜବତ ହୋଇଛି । ଏତଦ୍‌ବ୍ୟତୀତ ୨୫ କ୍ୱିଣ୍ଟାଲ କୋଇଲା ବୋଝେଇ ଗାଡି ଜବତ କରାଯାଇଛି । ସେହିଭଳି ୧୫ ତାରିଖରୁ ୧୬ ତାରିଖ ସକାଳ ପର୍ଯ୍ୟନ୍ତ ୧ ଲକ୍ଷ ୩୪ ହଜାର ୨ ଶହ ଟଙ୍କା ଫାଇନ୍ ଆଦାୟ ହୋଇଥିବାବେଳେ ୭ଟି ଦୋକାନ ସିଲ୍ ହୋଇଛି । ଏବଂ ତାଙ୍କ ଠାରୁ ୧୮ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ୫ଟି ଅବକାରୀ କେଶ୍ ମୂଳେ ୬୮ ଲିଟର ଦେଶୀ ମଦ, ୩.୨୪ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଗତ ୧୫ ରୁ ଆଜି ସକାଳ ପର୍ଯ୍ୟନ୍ତ ସମୁଦାୟ ମୋଟ ୮ ଲକ୍ଷ ୮୯ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.