Home ଜିଲ୍ଲା ପରିକ୍ରମା ଭଦ୍ରକରେ ଇ – କୋର୍ଟ ସେବା ଉଦ୍‌ଘାଟିତ

ଭଦ୍ରକରେ ଇ – କୋର୍ଟ ସେବା ଉଦ୍‌ଘାଟିତ

24

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ସିଭିଲ କୋର୍ଟ ପରିସରରେ ଇ- କୋର୍ଟ ସେବା ଉଦ୍‌ଘାଟିତ ହୋଇ ଯାଇଛି । ଭର୍ଚୁଆଲ ପ୍ରକ୍ରିୟାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତିଙ୍କ ସମେତ ଅନ୍ୟ କାର୍ଯ୍ୟରତ ବିଚାରପତିମାନେ ଯୋଡି ହୋଇଥିଲେ । ଭଦ୍ରକର ଅତିରିକ୍ତ ଜିଲ୍ଲାଜଜ୍ ପ୍ରଣତି ସାହା ଏହି ସେବାର ଶୁଭ ଉଦ୍‌ଘାଟନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଆଇନ ପାଇବାର ଅଧିକାର ସମ୍ବିଧାନ ପ୍ରଦତ୍ତ ବିଚାର ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ପାଇଁ ସରକାର ସଦା ଚେଷ୍ଟିତ । ଏହି ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ବିଚାର ବିଭାଗ ଇ- କୋର୍ଟ ସେବା ଆରମ୍ଭ କରିଛି । ଏହାର ସୁବିଧା ଜନସାଧାରଣ ନେବା ଆବଶ୍ୟକ ବୋଲି କହିଥିଲେ । ଇ ସେବା ମାଧ୍ୟମରେ ଲୋକମାନେ ନିଜ ନିଜର କେସ୍ ବିଷୟରେ ଇ- କୋର୍ଟ କାଉଣ୍ଟରରୁ କେସ୍‌ର ସ୍ଥିତି ସମ୍ପର୍କରେ ଅବଗତ ହୋଇ ପାରିବା ସହ ପ୍ରତି ତାରିଖରେ ହେଉଥିବା ସହନକଲ ମଧ୍ୟ ପାଇ ପାରିବେ । ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦେବବ୍ରତ ପଟ୍ଟନାୟକ, ସ୍ପେଶାଲ ଟ୍ରାକ୍ ମାଜିଷ୍ଟ୍ରେଟ ଅବକାଶ ଚୌଧୁରୀ, ବରିଷ୍ଠ ଦେୱାନୀ ଜଜ୍ ହିମାଂଶୁ ଶେଖର ବିଶ୍ୱାଳ, ଅତିରିକ୍ତ ବରିଷ୍ଠ ଦେୱାନୀ ଜଜ୍‌୍ ଆରାଧନା ଷଡଙ୍ଗୀ, ଏସ୍‌.ଡି.ଜି.ଏମ୍‌.ଅଳକାନନ୍ଦ ମହାନ୍ତି, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନର୍ମଦା କର, ରଶ୍ମିନାରାୟଣୀ ମିଶ୍ର, ଲିପ୍‌ସା ରାଉତ, ସସ୍ମିତା ସାହୁ, ଜିଲ୍ଲା ଆଇନସେବା ପ୍ରାଧିକରଣ ସମ୍ପାଦିକା ସମାପିକା ମହାନ୍ତିଙ୍କ ସହିତ ଭଦ୍ରକ ଓକିଲ ସଂଘ ସଭାପତି ଦିଲିପ ମହାପାତ୍ର, ସମ୍ପାଦକ ସୂର୍ଯ୍ୟକାନ୍ତ କୁଅଁର, ବରିଷ୍ଠ ଅଧିବକ୍ତା ଜତିକାନ୍ତ ନାୟକ, ଗଦାଧର ବଳ, ଧିରେନ୍ଦ୍ର ରାୟ, ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.