ଭଦ୍ରକ:୧୩/୧୦(ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ)ଏହି ଜିଲ୍ଲା ଏବେ ସମଗ୍ର ରାଜ୍ୟରେ ନିଶା ମାଫିଆଙ୍କ ମାଧ୍ୟମ ହୋଇଥିବାବେଳେ ବାସୁଦେବପୁର ଥାନା ପୋଲିସ ଗତକାଲି ବିଳମ୍ବିତ ରାତିରେ ଏକ ଗଂଜେଇ ବୋଝେଇ କାର ଜବତ କରି ଦୁଇ ଜଣଙ୍କୁ ଗିରଫ କରିଛି।ଏ ସମ୍ପର୍କରେ ଆଜି ଏସ ଡି ପି ଓ ସାର୍ଥକ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଇଥିବା ସୂଚନାମୂଳେ ଆମ ରାଜ୍ୟରେ ଚୋରା ଗଞ୍ଜେଇ କାରବାରର ପେଣ୍ଠସ୍ଥଳ କୁହାଯା ଉଥିବା ବ୍ରହ୍ମପୁରରୁ କେତେକ ନିଶା ମାଫିଆଙ୍କ ସହ ସାମିଲ ଥିବା ଅନୁଗୁଳ ଜିଲ୍ଲାର ରେଙ୍ଗାଲି ଡ୍ୟାମ ସାଇଟ ନିବାସୀ ପଦ୍ମଲୋଚନ ବିଶ୍ବାଳଙ୍କ ପୁତ୍ର ପ୍ରତାପ(୨୫) ଗତକାଲି ରାତିପ୍ରାୟ ୧ଟା ସମୟରେ ନିଜର ଓଡ଼ି୦୨ ବିଏ୫୮୩୧ ନମ୍ବରର ହୁଣ୍ଡାଇ ଏକ୍ସସେଣ୍ଟ କାରରେ ସହଯୋଗୀ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତାଥାନା ଅଧିନସ୍ଥ ନଖରା ଗ୍ରାମର ବସନ୍ତ ପାତ୍ରଙ୍କ ପୁତ୍ର ମୋହନ(୨୩)ସହ ବ୍ରହ୍ମପୁରରୁ ଜରି ବସ୍ତାରେ ୧ଶହ କେଜି ୭୪୦ଗ୍ରାମ ଗଂଜେଇ ଚୋରାରେ ବାଲେଶ୍ବରର ଜଣେ ବ୍ୟକ୍ତିଙ୍କୁ ଦେବାପାଇଁ ଆସୁଥିଲେ।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ଲକ୍ଷ ଟଙ୍କା ହେବ।ଏମାନେ ପୋଲିସ ଆଖିରେ ଧୂଳି ଦେବାପାଇଁ୧୬ନମ୍ବର ଜାତୀୟ ରାଜପଥ ଛାଡି ଭଦ୍ରକର ବାସୁଦେବପୁର-ବାଲେଶ୍ବର ଲୋକାଲ ରାସ୍ତା ବାଛିଥିଲେ।ମାତ୍ର ରାତ୍ରିକାଳୀନ ପେଟ୍ରୋଲିଂ କରୁଥିବା ବାସୁଦେବପୁର ଥାନା ପୋଲିସ ଉକ୍ତ ବ୍ଲକ୍ ସୁଦର୍ଶନପୁର ପଂଚାୟତର ମିରିଗା ଛକରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।ବାସୁଦେବପୁର ଥାନାରେ ଏହି ଘଟଣାରେ କେଶ ନମ୍ବର ୨୬୭/ତା୧୨-୧୦-୨୦୨୦ ଇଉ/ଏସ ୨୦(ବି)(ଆଇ ଆଇ)(ସି)ଏନ୍ ଡି ପି ଏସ ଆକ୍ଟ ମୂଳେ ଏକ ମାମଲା ରୁଜୁ ହୋଇ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ସାମଗ୍ରୀ ଓଜନ ହୋଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।ଏବଂ ଏହି ରାକେଟ ପଛରେ ରହିଥିବା ସମସ୍ତ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବାର ସୂଚନା ଦେଇଛନ୍ତି ଏସ ଡି ପି ଓ ଶ୍ରୀ ରାୟ।








