Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ – ୩୯୪ କିଶୋର ନେଲେ ଟିକା

ଭଣ୍ଡାରିପୋଖରୀ – ୩୯୪ କିଶୋର ନେଲେ ଟିକା

49

ଭଦ୍ରକ, ୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କିଶୋରମାନଙ୍କୁ କରୋନା ଟିକାକରଣ ଆଜିଠାରୁ ଆରମ୍ଭ କରାଯାଇ ଭଣ୍ଡାରିପୋଖରୀ ଓ ବାରିକପୁର କେନ୍ଦ୍ରରେ ମୋଟ ୩୯୪ ଜଣଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରାଯାଇଛି । କରୋନାର ପରିବର୍ତ୍ତିତ ପ୍ରଜାତିକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କିଶୋରଙ୍କୁ ଆଜିଠାରୁ ଟିକାକରଣ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା । ଏଥିପାଇଁ ଉଭୟ ଅନଲାଇନ ଓ ଅଫଲାଇନ ମୋଡରେ ପଞ୍ଜିକରଣ କରାଯାଇଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଥିନେଇ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । ଅଧିକ୍ଷକ ତଥା ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ କିଶୋର ଟିକାକରଣ ଉଦଘାଟନ କରିଥିଲେ । ମେଡିକାଲ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳିକା ରଶ୍ମିରେଖା ପୃଷ୍ଟି, ବରିଷ୍ଠ ପରିଦର୍ଶକ ମନୋରଞ୍ଜନ ରାଉତ, ଫାର୍ମଶିଷ୍ଟ ପଙ୍କଜ କୁମାର ବେହେରା, ଏଏନଏମ ପ୍ରମିଳା ରାଉତ, ସୁଶ୍ରୀ ସଙ୍ଗୀତା ଜେନା, ଏଲ.ଏଚ.ଭି. ମିନତି ଦାସ, ରଞ୍ଜିତ ଦାସ, ପ୍ରଫୁଲ୍ଲ ଖଟୁଆ, ଲଲାଟ ପାଢୀ ପ୍ରମୁଖ ଟିକାକରଣ ପରିଚାଳନା କରିଥିଲେ । ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ୨୦୬ କିଶୋର କିଶୋରୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ବାରିକପୁର ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ) କେନ୍ଦ୍ରରେ ଅନୁରୂପ ଭାବେ ଟିକାକରଣ କରାଯାଇଥିଲା । ଡାକ୍ତର ମଳୟ କୁମାର ସେନାପତିଙ୍କ ନେତୃତ୍ୱରେ ମୋଟ ୧୮୮ ଜଣ କିଶୋର ଓ କିଶୋରୀଙ୍କୁ ପ୍ରଥମ ଡୋଜ ଟିକା ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.