ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜାଳେଣୀ ଗ୍ୟାସ ମୂଲ୍ୟବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସମ୍ମୁଖରେ ଆଜି ବିକ୍ଷୋଭ ଓ ପ୍ରତିବାଦ କରାଯାଇଥିଲା । ଦଳର ବ୍ଲକ ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ଦଳର ଛାତ୍ର ଶାଖା ଜିଲ୍ଲା ସଭାପତି ଦିପ୍ତିସୂର୍ଯ୍ୟ ବିଶ୍ୱାଳ,ବ୍ଲକ ସଭାପତି ରବିନ୍ଦ୍ର ବେହେରା, ବ୍ଲକ ମହିଳା ସଭାନେତ୍ରୀ ରଶ୍ମିତା ପାଢୀ, ବ୍ଲକ ଯୁବ ସଭାପତି ଲଳିତ ରାଉତ ରନ୍ଧନ ଗ୍ୟାସ ମୂଲ୍ୟବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେଉଥିବା ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଦାୟୀ କରିଥିଲେ । ତୁରନ୍ତ ସବସିଡ ପ୍ରଦାନ କରି ଦର କମାଇବାକୁ ଦାବି କରିଥିଲେ । ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ପ୍ରତିବାଦ ସଭା ପର୍ଯ୍ୟନ୍ତ ଯାଇଥିଲା । ଗ୍ୟାସ ଦରବୃଦ୍ଧି କମାଇବାକୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଅନୁପସ୍ଥିତିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥଶଙ୍କର ଦାସଙ୍କୁ ଦଳ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।