Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ ବିଜୁ ଜନତା ଦଳର ମିଶ୍ରଣ ପର୍ବ

ଭଣ୍ଡାରିପୋଖରୀ ବିଜୁ ଜନତା ଦଳର ମିଶ୍ରଣ ପର୍ବ

17

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ମିଶ୍ରଣ ପର୍ବ ଆଜି ଅନୁଷ୍ଠିତ ହୋଇ ଦଳୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ ସମ୍ପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲ୍ଲା ସମ୍ପାଦକ ଉତ୍କଳକେଶରୀ ମହାନ୍ତି, ଜିଲ୍ଲା ଯୁବ ସଭାପତି ମୁକୁନ୍ଦଦେବ ସାମଲ, ବ୍ଲକ ଉପସଭାପତି ବିରେନ୍ଦ୍ର ନାୟକ, ବ୍ଲକ ଯୁବ ସଭାପତି ଲଳିତ ରାଉତ, ଲକ୍ଷ୍ମୀଧର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ରହଣିଆ ପଞ୍ଚାୟତର ପର୍ଶୁରାମ ମାଝୀ, ବିଳାସ ଧଳ, ଆଶିଷ ସାମଲ, ଅର୍ଜୁନ କୁଅଁର, ଉତ୍ତମ ପରିଡା ପ୍ରମୁଖ ଅନ୍ୟ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗଦେଇଥିଲେ । ଦଳ ପକ୍ଷରୁ ନବାଗତଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.