Home ଜିଲ୍ଲା ପରିକ୍ରମା ଭଣ୍ଡାରିପୋଖରୀ : କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ

ଭଣ୍ଡାରିପୋଖରୀ : କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ଶେଷ

15

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତୈଳଦର ବୃଦ୍ଧି ଓ ଉତ୍କଟ ବେକାରୀ ସମସ୍ୟା ପ୍ରତିବାଦରେ ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନରେ ସୋମବାର ସକାଳ ୭ଟାରୁ ଅପରାହୌ୍‌ନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ପାଳନ ଭଣ୍ଡାରିପୋଖରୀ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ୧୬ ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବଜାରରେ ବ୍ଲକସଭାପତି ରଜନୀକାନ୍ତ ଚନ୍ଦଙ୍କ ନେତୃତ୍ୱରେ ଯାନବାହନ ଚଳାଚଳ ବନ୍ଦ କରାଯାଇଥିଲା । ଏଥିରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପିତାମ୍ବର ନାୟକ, ଭାସ୍କର ନାୟକ, ଗୋଲଖ ଚନ୍ଦ୍ର ବେହେରା, ଅଲେଖ ଘଡେଇ, ବୟାବନାପୁର ସରପଞ୍ଚ ପ୍ରଶାନ୍ତ କୁମାର ସାହୁ, ନଟବର ରାଉଳ, ନାରାୟଣ ଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ମହାପାତ୍ର, ପିତାମ୍ବର ଦାସ, ଅକ୍ଷୟ ସ୍ୱାଇଁ, କମଳା ଜେନା, ନିଗମାନନ୍ଦ ଜେନ, ତାରେଣୀ ଜେନା, ନାରାୟଣ ଘଡାଇ, ସନ୍ତୋଷ ମହାପାତ୍ର, ମନୋଜ ନାୟକ, ମଣ୍ଟୁ ଜେନା, ପ୍ରଶାନ୍ତ ରାଉତ, ଅଭିମନ୍ୟୁ ଜେନା, ଜ୍ଞାନ ଦାସ, ପର୍ଶୁରାମ ବାରିକ, ବିଶ୍ୱଜିତ ମହାପାତ୍ର, ମଣି ମହାନ୍ତି ପ୍ରମୁଖ ସାମିଲ ହୋଇ ପିକେଟିଂ କରି ବନ୍ଦ ପାଳନ କରିଥିଲେ । ସେହିପରି ମଞ୍ଜୁରୀରୋଡ ବଜାରରେ କଂଗ୍ରେସ ନେତା ଅଜୟ ସାହୁଙ୍କ ନେତୃତ୍ୱରେ କଂଗ୍ରେସ ନେତା ଓ କର୍ମୀମାନେ ବନ୍ଦ ପାଳନ କରିଥିଲେ । ଆଖୁଆପଦା, ଜଗନ୍ନାଥପ୍ରସାଦ, ମାଳଦା, ବାରିକପୁର ଅଞ୍ଚଳରେ ବନ୍ଦ ପାଳନ କରାଯାଇଥିଲା । ଦୋକାନ ବଜାର ଓ ବିଦ୍ୟାଳୟ ବନ୍ଦ ରହିଥିଲା । ସରକାରୀ ଅଫିସରେ ଉପସ୍ଥାନ କମ ରହିବା ସାଙ୍ଗକୁ ଜନଶୂନ୍ୟ ରହିଥିଲା । ପ୍ରଶାସନ ଓ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ ମାଜିଷ୍ଟ୍ରେଟ ଭାବେ ଆଇନଶୃଙ୍ଖଳା ବ୍ୟବସ୍ଥା ତଦାରଖ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.