ନୟାଗଡ଼, ୧୬ା୭(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ସରକାରଙ୍କ କେତେ ଯୋଜନା କେତେ ସଫଳତା ତା’ର ହିସାବ ନଥିବାବେଳେ ଝାଟିମାଟି ଘରେ ଜିଭ କାମୁଡ଼ି ପଡ଼ିଥିବା ଅସହାୟ ମାନଙ୍କ ପାଇଁ ସରକାରଙ୍କ କେତେ ଯେ ଅଣଦେଖା ତାହା ବିଧବା ମହିଳା ଲକ୍ଷ୍ମୀଙ୍କୁ ଦେଖିଲେ ଯୋଜନାର ସଫଳତା କେତେ ତାହା ସହଜେ ବାରି ହୋଇପଡ଼ିବ। ଏମିତି ଜଣେ ଅସହାୟ ବିଧବା ମହିଳାଙ୍କ କରୁଣ ଜୀବନ ଦେଖିବାକୁ ମିଳିଛି ଓଡ଼ଗାଁ ବ୍ଳକ ହରିହରପୁର ପଂଚାୟତ ବଡ଼ପୁଟ ଗାଁରେ। ବର୍ଷ ବର୍ଷ ଧରି ଭଙ୍ଗାଘରେ ଖରା, ବର୍ଷା ପାଣି କାଦୁଅ ଘରେ ଜୀବନକୁ ପାଣି ଛଡେଇ କେବଳ ଭଗବାନଙ୍କୁ ଭରଷା କରି ଜୀବନ ବିତାଉଛନ୍ତି ଏହି ବିଧବା ମହିଳା। ଯାହାଙ୍କର ଜୀବନ ବିତି ଚାଲିଛି ସ୍କୁଲର ମଧ୍ୟାହ୍ନର ବଳକା ଖାଦ୍ୟ ଓ ଗ୍ରାମବାସୀଙ୍କ ଅକୁଣ୍ଠ ସାହାର୍ଯ୍ୟ ସହଯୋଗ। ତାଙ୍କର ନାମ ହେଉଛି ଲକ୍ଷ୍ମୀ ଆଚାରୀ ସ୍ୱାମୀ ସୀତାରାମ ଆଚାରୀ। ତାଙ୍କର ସନ୍ତାନ ସନ୍ତତି ନଥିବାବେଳେ ନିଜ ଗୁଜୁରାଣ ମେଂଟାଇବାକୁ ଯାଇ ସେ ଦୀର୍ଘ ୩୨ବର୍ଷ ହେଲା ଗଂଜାମ ଜିଲ୍ଲାରୁ ଆସି ବଡ଼ପୁଟ ଗାଁରେ ରହିଆସୁଛନ୍ତି। ସ୍ୱାମୀ ସୀତାରମ ଛତାକାମ ଓ କଂସା ବାସନ କାମ କରି ପରିବାର ଚଳାଉଥିଲାବେଳେ ଉଭୟଙ୍କ ଜୀବନ ସୁରୁଖୁରୁରେ ଚଳିଯାଉଥିଲା। ହେଲେ ସ୍ୱାମୀ ସୀତାରାମଙ୍କ ଜୀବନ ୧୮ ବର୍ଷ ତଳୁ ଅକାଳେ ଝଡ଼ି ପଡ଼ିଥିବା ଯୋଗୁଁ ଅସହାୟ ହୋଇପଡ଼ିଥିଲେ ଏକାକି ଲକ୍ଷ୍ମୀ। ଭାଙ୍ଗି ଯାଇଥିଲା ଅଧାଗଢା ଜୀବନ। ଯେତେ ଝାଳବୁହା କଷ୍ଟ ଅର୍ଜିତ ଅର୍ଥକୁ ସାଧ୍ୟମତେ ଖର୍ଚ୍ଚ କରିଚାଲିଥିଲେ ମଧ୍ୟ ବଂଚେଇ ପାରିଲେ ନାହିଁ ସ୍ୱାମୀଙ୍କୁ। ଦିନକୁ ଦିନ ଭାଙ୍ଗି ପଡ଼ିଥିଲେ ଖୁବ୍ ଅସହାୟ ଭାବରେ। ଲକ୍ଷ୍ମୀଙ୍କ ଏପରି ଅସହାୟତା ୍ବିକଳତା ଦେଖି ବଡ଼ପୁଟ ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ଲକ୍ଷ୍ମୀଙ୍କ ରହିବା ପାଇଁ ଝାଟିମାଟିର କୁଡ଼ିଆ ଘର ଖଣ୍ଡିଏ କରିଦେଇଥିଲେ। ହେଲେ ତାହା ରକ୍ଷଣା ବେକ୍ଷଣ ଅଭାବରୁ ଖରାଦିନେ ଖରାର ରାଜୁତି ଚାଲିଥିବାବେଳେ ବର୍ଷାଦିନେ ବର୍ଷା ପାଣିରେ ଘର ଭିତରେ ପାଣି ଭରି ରହୁଥିଲା। ଲକ୍ଷ୍ମୀ ଟକିଏ କଡ଼ ଲେଉଟେଉ ଘରେ ଶୋଇବାକୁ ଜାଗା ନଥିବାବେଳେ ଘରର କେଉଁ ଶୁଖିଲା ଜାଗା ଦେଖି ଖାଲି ବସିବାକୁ ବି ଜାଗା ପାଉନଥିଲେ। କେବଳ ଯାହା ବସି ବସି ଦିନ ରାତି କଟେଇ ଦେଉଥିଲେ। ଝାଟିମାଟି ଘରେ ଏପରି ଦିନ କାଟୁଥିବାବେଳେ ଖାଇବା, ଦେହପା ପାଇଁ ମଧ୍ୟ ଭଗବାନଙ୍କ ଉପରେ ଭରଷା କରି କଟେଇ ଦିଅନ୍ତି ଲକ୍ଷ୍ମୀ। ମିଳିଲେ ଖାଆନ୍ତି ନହେଲେ ନାହିଁ, ଗାଁ ସ୍ମୁଲର ବଳକା ମଧ୍ୟାହ୍ନ ଭୋଜନ ତାଙ୍କର ପେଟର ଭୋକ ଗୋଟାଏ ଓଳି ମେଂଟାଏ ସତ ହେଲେ ଛୁଟି ଦିନ ମାନଙ୍କରେ ପେଟ ଭୋକିଲା କରି ପଡ଼ି ରହନ୍ତି। ଏମତି ଦହନୀୟ ଅବସ୍ଥାରେ ଭଙ୍ଗାଘରେ ପଡ଼ିରହି ବର୍ଷାରେ ଓଦା ଜୁଡ଼ୁବୁଡ଼ୁ ହୋଇ ଜୀବନ ବିତାଉତିବା ଲକ୍ଷ୍ମୀଙ୍କ ଅସହାୟତା ଦେଖି ଫ୍ରେଣ୍ଡସ୍ ହେଲ୍ପ ଗ୍ରୁପର ସଦସ୍ୟମାନ ପହଚିଂଥିଲେ ତାଙ୍କ ପାଖରେ। କିଛି ନହେଲେ ମଧ୍ୟ ବର୍ଷା ଦାଉରୁ ରକ୍ଷାପାଇବା ପାଇଁ ଲକ୍ଷ୍ମୀଙ୍କ ଝାଟିାମାଟି ଘରକୁ ପଲିଥିନ୍ ରେ ଆବରଣ କରିଥିଲେ। ଧୁଧୁ ବର୍ଷାରେ ତିନ୍ତୁଥିବା ଲକ୍ଷ୍ମୀ କେବଳ ଯାହା ଗ୍ରୁପର ପିଲାମାନଙ୍କୁ ଭଗବାନ ତୁମର ମଙ୍ଗଳ କରନ୍ତୁ ବୋଲି କହିବା ସହିତ କାହିଁ ମୋର ମରଣ ହୋଇଯାଉନାହିଁ ବୋଲି ଭଗବାନଙ୍କ ଉପରେ ଅଭିମାନ କରି କହୁଥିଲେ। ତାଙ୍କର ଅସହାୟତାକୁ ପାଖରେ ଦେଖୁଥିବା କିଛି ଲୋକ ଯେମିତି କହୁଥିଲେ ବଂଚିଥାଇ ମରୁଥିବା ଏ ଅସହାୟଙ୍କ ପ୍ରତି ସରକାରଙ୍କର ଟିକେ କୃପା ପଡ଼ିବ କି ?