Home ଜିଲ୍ଲା ପରିକ୍ରମା ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ପରିଚାଳକଙ୍କ ଧାରଣା

ବ୍ୟାଙ୍କ ଗ୍ରାହକ ସେବାକେନ୍ଦ୍ର ପରିଚାଳକଙ୍କ ଧାରଣା

29

ଭଦ୍ରକ, ୧୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାହକ ସେବା କେନ୍ଦ୍ର ପରିଚାଳକମାନେ ସୋମବାର ଭାରତୀୟ ଷ୍ଟେଟ ବ୍ୟାଙ୍କ ସରସଦା ଶାଖା ସମ୍ମୁଖରେ ଧାରଣା ଦେଇଥିବା ଜଣାଯାଇଛି । ଏହି ବ୍ୟାଙ୍କ ଶାଖା ଅଧିନରେ ଥିବା ୧୪ଟି ଗ୍ରାହକ ସେବା କେନ୍ଦ୍ରର ପ୍ରାୟ ୬୦ ହଜାର ଗ୍ରାହକ ରହିଛନ୍ତି । ଗ୍ରାହକମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ଅଟଳ ପେନସନ ଯୋଜନା, ଜୀବନ ଜ୍ୟୋତି ଯୋଜନା, ସୁରକ୍ଷା ବୀମା ଯୋଜନା ଆଦି କାର୍ଯ୍ୟକାରୀ କରିବା ପାଇଁ ଗ୍ରାହକ ସେବା କେନ୍ଦ୍ରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ କାର୍ଯ୍ୟକାରୀ କରାନଗଲେ ମିଳୁଥିବା କମିଶନର ୫୦ ପ୍ରତିଶଦ କାଟିଦିଆଯାଉଛି । ଅନ୍ୟପକ୍ଷରେ ବ୍ୟାଙ୍କର କର୍ମଚାରୀମାନେ ଏସବୁ ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି । ସେମାନଙ୍କ ପ୍ରତି କୌଣସି କଟକଣା ଲାଗୁ କରାଯାଉନାହିଁ । ମାତ୍ର ଗ୍ରାହକ ସେବା କେନ୍ଦ୍ରଗୁଡିକୁ କେବଳ ଟାର୍ଗେଟ କରାଯାଉଛି । ଗ୍ରାହକ ସେବା କେନ୍ଦ୍ରମାନେ ଘରଭଡା, ବିଦ୍ୟୁତ ଦେୟ, ଇଣ୍ଟରନେଟ ପୈଠ କରି ନାନା ଅସୁବିଧା ମଧ୍ୟରେ କାର୍ଯ୍ୟ ସମ୍ପାଦକ କରୁଥିବା ବେଳେ ବ୍ୟାଙ୍କ ଶୋଷଣ ନୀତି ଅବଲମ୍ପନ କରିଛି । ଏହାକୁ ବିରୋଧ କରି ଗଣେଷ ପ୍ରସାଦ ସାହୁ, ଦିବାକର ସାହୁ, ପ୍ରଦୀପ୍ତ ସାମଲ, କମଳାକାନ୍ତ ଶଙ୍ଖୁଆ, ପ୍ରଶାନ୍ତ କୁମାର ସେଠୀ, ଦେବପ୍ରସନ୍ନ ମହାପାତ୍ର, ଚିନ୍ମୟ କୁମାର ପାତ୍ର, ପ୍ରଭାସ କୁମାର ନାୟକ, ସଙ୍ଗୀତା ନାୟକ, ଅଧର କୁମାର ବଳ, ସ୍ୱାଗତିକା ଜେନା, ଧିରେନ୍ଦ୍ର ସ୍ୱାଇଁ, ମନୋଜ କୁମାର ସାହୁ ପ୍ରମୁଖ ଗ୍ରାହକ ସେବାକେନ୍ଦ୍ର ପରିଚାଳକମାନେ ପ୍ରତୀକାତ୍ମକ ଧାରଣା ବ୍ୟାଙ୍କ ଶାଖା ସମ୍‌ୁଖରେ ଦେଇଥିଲେ । ଏଥିନେଇ ଏକ ଦାବିପତ୍ର ଶାଖା ପରିଚାଳକଙ୍କୁ ପ୍ରଦାନ କରିବା ସହ ଏହି ନିଷ୍ପତ୍ତିକୁ ରଦ୍ଦ କରାନଗଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.