Home ଜିଲ୍ଲା ପରିକ୍ରମା ବ୍ଲକ୍ ଘେରାଉ ନାଁରେ ବିଜେପିର ଗୁଣ୍ଡାଗିରିକୁ ବରଦାସ୍ତ କରାଯିବ ନାହିଁ, ବିଜେଡି ଓ ସିପିଆଇ(ଏମ୍‌) ପକ୍ଷରୁ...

ବ୍ଲକ୍ ଘେରାଉ ନାଁରେ ବିଜେପିର ଗୁଣ୍ଡାଗିରିକୁ ବରଦାସ୍ତ କରାଯିବ ନାହିଁ, ବିଜେଡି ଓ ସିପିଆଇ(ଏମ୍‌) ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାବନୀ

21

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବ୍ଲକ୍ ଘେରାଉ ନାଁରେ ବିଜେପିର ଗୁଣ୍ଡାଗିରିକୁ ବରଦାସ୍ତ କରାଯିବ ନାହିଁ । ବ୍ଲକ୍ ଘେରାଉ ନାମରେ ହିଂସା କରି ରାଜନୈତିକ କ୍ଷମତା ଦଖଲ କରିବା ପାଇଁ ବିଜେପି ରାଜ୍ୟ ସଭାପତିଙ୍କ ଅପଚେଷ୍ଟାକୁ ନିନ୍ଦା ପ୍ରକଟ କରିଛି ବିଜେଡି । ଲୋକଙ୍କ ଟିକସରେ ନିର୍ମିତ ସରକାରୀ ସଂପତ୍ତିକୁ ନଷ୍ଟ କରିବା ସହିତ ସୁରକ୍ଷା ପାଇଁ ନିୟୋଜିତ ପୁଲିସ୍ ପଦାଧିକାରୀ ଓ କର୍ମଚାରୀଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିବା, ଢେଲା ପଥରରେ ମାଡ ମାରିବା ଏପରିକି ଚାନ୍ଦବାଲିରେ ଏକ ପ୍ରକାର ଆତଙ୍କ ରଚିଥିବା ବିଜେପି ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛି ବିଜେଡି । କ୍ଷମତା ହାତେଇବା ଲାଗି ବିଜେପି ଗୁଣ୍ଡାଗିରି କରିଛି । ଖୋଦ୍ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଏପରି ହୋଇଥିବା ଏବଂ ଗଣ୍ଡଗୋଳ ପରେ କର୍ମୀମାନଙ୍କୁ ଘଉଡାଉଥିବା ଭିଡିଓ କ୍ୟାମେରାରେ କଏଦ୍ ହୋଇଥିବାବେଳେ ସେ କିଛି ଜାଣିନଥିବା ଏବଂ ବିକ୍ଷୋଭ ବେଳେ କୌଣସି ଗଣ୍ଡଗୋଳ ହୋଇନଥିବା ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟା ଏକ ହାସ୍ୟସ୍ପଦ ବୋଲି କହିଛି ବିଜେଡି । ସାଧାରଣ ଜନତାଙ୍କ ନ୍ୟାର୍ଯ୍ୟ ଦାବୀ ହାସଲ କରିବା ଲାଗି ଆନ୍ଦୋଳନକୁ ଢାଲ କରି ବିଜେପି ଯେପରି ଭାବେ ଗଣ୍ଡଗୋଳ କରିଛି, ତାହା ରାଜ୍ୟବାସୀ ଜାଣିବା ଦରକାର । ବିଜେପିର ଆକ୍ରୋଶ ମୂଳକ ଢେଲାମାଡରେ ଚାନ୍ଦବାଲି ଏସ୍‌ଡିପିଓ, ଆଇଆଇସିଙ୍କ ସମେତ ବହୁ ପଦାଧିକାରୀ ଖଣ୍ଡିଆ ଖାବରା ହେବା ସହିତ ଲହୁ ଲୁହାଣ ହୋଇଥିବା ପଦାକୁ ଆସିଛି । ସେମାନଙ୍କ ବିରୋଧରେ ଉଚିତ୍ ପଦକ୍ଷେପ ନେବାକୁ ଦାବି କରିଛି ବିଜେଡି । ସେହିପରି ବ୍ଲକ୍ ଘେରାଉ ନାମରେ ହିଂସା କରି ରାଜନୈତିକ କ୍ଷମତା ଦଖଲ କରିବା ପାଇଁ ବିଜେପି ରାଜ୍ୟ ସଭାପତିଙ୍କ ଅପଚେଷ୍ଟାକୁ ସିପିଆଇ(ଏମ) ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ବିଜେପିର ଗୁଣ୍ଡା ବାହିନୀ ଯେପରି ଚାନ୍ଦବାଲି ଏସ୍‌ଡିପିଓ ଓ ଚାନ୍ଦବାଲି ଥାନାଧିକାରୀଙ୍କୁ ଢେଲାମାଡ କରି ଗୁରୁତର ଆହତ କରିଛନ୍ତି ଓ ବ୍ଲକ୍ କାର୍ଯ୍ୟାଳୟରେ ପଶି ସାଧାରଣ ଲୋକଙ୍କ ଟିକସରେ ତିଆରି ସଂପତ୍ତିକୁ ଭାଙ୍ଗି ନଷ୍ଟ କରିଛନ୍ତି, ସେମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.