Home ଜିଲ୍ଲା ପରିକ୍ରମା ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଶିଶୁବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଶିଶୁବିଜ୍ଞାନ କଂଗ୍ରେସ ଅନୁଷ୍ଠିତ

43

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାବିଭାଗ ଆନୁକୂଲ୍ୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ଶିଶୁ ବିଜ୍ଞାନ କଂଗ୍ରେସ ଶନିବାର ପିରିପୁର ପ୍ରଭାକର ମହାନ୍ତି ଉଚ୍ଚ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଅଧିର କୁମାର ତରାଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ତହସିଲଦାର ସରୋଜକାନ୍ତ ନାୟକ ମୁଖ୍ୟଅତିଥି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ, ପୂର୍ବତନ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବି.ଆର.ସି. ଅକ୍ଷୟ ଜେନା, ଏବିଇଓ ଉମେଷ ଜେନା, ପ୍ରଧାନଶିକ୍ଷକ ରତିକାନ୍ତ ବେହେରା, ଅଜୟ ନନ୍ଦ, ପରିଚାଳନା ସଭାପତି ପ୍ରତିମା ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ କଂଗ୍ରେସର ଉପଯୋଗୀତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବ୍ଲକ ବିଜ୍ଞାନ ସଂଯୋଜକ ରବିନ୍ଦ୍ର କୁମାର ମହାରଣା ବିଜ୍ଞାନ କଂଗ୍ରେସ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧାନଶିକ୍ଷକ ସୁକାନ୍ତିଲତା ମହାନ୍ତି ଅତିଥି ପରିଚୟ ଓ ଶିକ୍ଷକ ମାୟାଧର ଦାଶ ଧନ୍ୟବାଦ ଦେଇଥିଲେ । ଏହି କଂଗ୍ରେସରେ ‘ପରିବେଶ ସନ୍ତୁଳନ’ ଆଧାରିତ ୨୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିବା ବେଳେ ଆବିଷ୍କାର ଅଭିଯାନରେ ୨୪ଟି ଗବେଷଣାତ୍ମକ ପ୍ରବନ୍ଧ ଉପସ୍ଥାପିତ ହୋଇଥିଲା । ଅବସରପ୍ରାପ୍ତ ବିଜ୍ଞାନଶିକ୍ଷକ ପଦ୍ମନାଭ ପାଣି ଓ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଖଗେଶ୍ୱର ମହାପାତ୍ର ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ । ଉଦଯାପନୀ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଆଗାମୀ ୨୨ ତାରିଖରେ ଜିଲ୍ଲାସ୍ତରରେ ହେବକୁ ଥିବା ଆବିଷ୍କାର ଅଭିଯାନ ପାଇଁ ୩ ଜଣ ପ୍ରତିଯୋଗୀ ଓ ବିଜ୍ଞାନ କଂଗ୍ରେସ ପାଇଁ ୫ ଜଣ ପ୍ରତିଯୋଗୀଙ୍କୁ ମନୋନୀତ କରାଯାଇଥିଲା । ମଧୁସୂଦନ ବେହେରା ଧନ୍ୟବାଦ ଦେଇଥିଲେ । ଶିକ୍ଷକ କୈଳାସ ଚନ୍ଦ୍ର ସାମଲ, ଶିକ୍ଷା ସଂଯୋଜକ ବିଶ୍ୱରଞ୍ଜନ ଶେଣ୍ଢ, ଯତୀନ୍ଦ୍ର ସ୍ୱାଇଁ, ସଞ୍ଜୟ ପାତ୍ର, ବିଶ୍ୱନାଥ ନାୟକ, କେଶବ ଚନ୍ଦ୍ର ସାହୁ, ପ୍ରଦୀପ୍ତ ମହାନ୍ତି, ଅର୍ଚ୍ଚନା ଦାଶ, ମଧୁସ୍ମୀତା ରାଉଳ ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.