ନୂଆ ଦିଲ୍ଲୀ ୧୫-୨ (ଓଡ଼ିଆ ପୁଅ) : ଲାଲକିଲ୍ଲା ହିଂସା ମାମଲାରେ ଅଭିଯୁକ୍ତ ପଞ୍ଜାବୀ ଅଭିନେତା ତଥା ଆକ୍ଟିଭିଷ୍ଟ ଦୀପ ସିଦ୍ଧୁଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।
ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ହରିୟାଣାର ସୋନିପତ ନିକଟରେ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସୋନିପତ ପୋଲିସ ନିଶ୍ଚିତ କରିଛି।
ପଞ୍ଜାବର ଏହି ଅଭିନେତା ଦୀପ ସିଦ୍ଧୁଙ୍କର ଏହି ଦୁର୍ଘଟଣା କୁଣ୍ଡଲି ମାନସର ଅର୍ଥାତ୍ KMPL ରାଜପଥ ନିକଟରେ ଘଟିଛି। ଦୀପ ସିଦ୍ଧୁ ତାଙ୍କ ସାଥୀଙ୍କ ସହ ଦିଲ୍ଲୀରୁ ପଞ୍ଜାବକୁ ଫେରୁଥିଲେ। କେନ୍ଦ୍ର ସରକାରଙ୍କ କୃଷି ସଂସ୍କାର ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ସମୟରେ ସେ ହାଇଲାଇଟ ହୋଇଥିଲେ। ଗତ ବର୍ଷ ଜାନୁଆରୀ ୨୬ ରେ ଲାଲକିଲ୍ଲାରେ ଘଟିଥିବା ହିଂସା ଘଟଣାରେ ତାଙ୍କୁ ମଧ୍ୟ ଅଭିଯୁକ୍ତ କରାଯାଇଥିଲା। ଏହି ମାମଲାରେ ଦୀପ ସିଦ୍ଧୁଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ସୂଚନାନୁସାରେ, ଦୀପ ସିଦ୍ଧୁଙ୍କ ମୃତଦେହକୁ ଖାରଖୋଦା ହସ୍ପିଟାଲକୁ ନିଆଯାଇଛି। ସଡ଼କ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଦେଖାଦେଇଛି।