Home ଓଡ଼ିଶା ବୋକାରୋ ଠାରେ ଏଲ୍ ପିଜି ବଟଲିଂ ପ୍ଲାଂଟ ଓ ପିଓଏଲ୍ ଟର୍ମିନାଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ...

ବୋକାରୋ ଠାରେ ଏଲ୍ ପିଜି ବଟଲିଂ ପ୍ଲାଂଟ ଓ ପିଓଏଲ୍ ଟର୍ମିନାଲର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

280

ଝାଡଖଣ୍ଡର ଦ୍ରୁତ ବିକାଶ ପାଇଁ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରାଳୟ କାର୍ଯ୍ୟରତ – ଧର୍ମେନ୍ଦ୍ର ପ୍ରଧାନ
– ଝାଡଖଣ୍ଡର ରୋଜଗାର, ଅର୍ଥନୀତି ଓ ମାଆ ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା କରାଯାଉଛି
– ଝାଡଖଣ୍ଡରେ ୧୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ପାଇଁ ପେଟ୍ରୋଲିୟମ ବିଭାଗର ଯୋଜନା
– ୨୦୩୦ ସୁଦ୍ଧା ଦେଶରେ ୩୦୦ ମିଲିୟନ୍ ମେଟ୍ରିକ୍ ଟନ୍ ଲୁହା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ଅଗ୍ରଣୀ ଭୂମିକା ଝାଡଖଣ୍ଡର ରହିବ
– ଝାଡଖଣ୍ଡରେ ଗତ ୪ ବର୍ଷରେ ମୋଟ୍ ୩୭ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଲାଭ ଉଠାଇଛନ୍ତି
– ଅନ୍ୟ ବଡ ବଡ ସହର ତୁଳନାରେ ଝାଡଖଣ୍ଡରେ ପେଟ୍ରୋଲିୟମ ପଦାର୍ଥର ବ୍ୟବହାର ୧୫ ପ୍ରତିଶତକୁ ବୃଦ୍ଧି ଘଟିଛି
ବୋକାରୋ/ଭୁବନେଶ୍ୱର, ଅଗଷ୍ଟ ୧୧ (ଓଡ଼ିଆ ପୁଅ) – ଝାଡଖଣ୍ଡର ବିକାଶ ଦ୍ରୁତ ଗତିରେ କରାଯିବାର ଆବଶ୍ୟକତା ରହିଥିବା ବେଳେ ଏ ଦିଗରେ ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରାଳୟ କାମ କରୁଛି ବୋଲି ଝାଡଖଣ୍ଡର ବୋକାରୋ ଠାରେ ୩୫୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏଲ୍ ପିଜି ବଟଲିଂ ପ୍ଲାଂଟ ଓ ପିଓଏଲ୍ ଟର୍ମିନାଲର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟମ ଓ ଇସ୍ପାତ୍ ବିଭାଗ ଉଭୟ ମିଶି ଝାଡଖଣ୍ଡ ରାଜ୍ୟର ରୋଜଗାର, ଅର୍ଥନୀତି ଓ ମାଆ ଭଉଣୀଙ୍କୁ ସ୍ୱାବଲମ୍ବୀ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ଯୋଜନା କରୁଛନ୍ତି। ପେଟ୍ରୋଲିୟମ ବିଭାଗ ତରଫରୁ ଝାଡଖଣ୍ଡରେ ୧୦ ହଜାର କୋଟି ଟଙ୍କାର ପୁଂଜି ନିବେଶ କରିବାର ଯୋଜନା କରାଯାଇଛି। ସେହିପରି ୨୦୩୦ ସୁଦ୍ଧା ଦେଶରେ ୩୦୦ ମିଲିୟନ୍ ମେଟ୍ରିକ୍ ଟନ୍ ଲୁହା ଉତ୍ପାଦନ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାର ଅଗ୍ରଣୀ ଭୂମିକା ଝାଡଖଣ୍ଡର ରହିବ ଏବଂ ବୋକାରୋ ଷ୍ଟିଲ୍ ପ୍ଲାଂଟ ଏହାର ନେତୃତ୍ୱ ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଶ୍ରୀ ଦାସ ରାଜ୍ୟର ବିକାଶ ପାଇଁ କାମ କରୁଛନ୍ତି। ଜାମସେଦ୍ ପୁର ଓ ଟାଟା ଦେଶର ଅର୍ଥନୈତିକ କ୍ଷେତ୍ର ବନିଥିବା ବେଳେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ନେତୃତ୍ୱରେ ବୋକାରୋକୁ ମଧ୍ୟ ଟାଟା ଓ ଜାମସେଦପୁର ଭଳି କ୍ଷେତ୍ର ବନାଯିବାର କଳ୍ପନା ରହିଛି।

ଦେଶରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଖୁବ ଶୀଘ୍ର ଗରିବ ଶ୍ରେଣୀର ୮ କୋଟି ଉପଭୋକ୍ତା ଅନ୍ତର୍ଭୁକ୍ତ ହେବେ। ଝାଡଖଣ୍ଡରେ ଗତ ୪ ବର୍ଷରେ ମୋଟ୍ ୩୭ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ଲାଭ ଉଠାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରି ମାଧ୍ୟମରେ ଦେଶର ପ୍ରଗତିକୁ ଅଣାଯାଇପାରିବ। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲ୍ କାତା, ବାଙ୍ଗାଲୋର୍ ଭଳି ବଡ ବଡ ସହରରେ ପେଟ୍ରୋଲିୟମ୍ ପଦାର୍ଥର ବ୍ୟବହାର ୭ ରୁ ୮ ପ୍ରତିଶତ ବୃଦ୍ଧି ଘଟୁଛି। ଅନୂରୁପ ଭାବେ ଝାଡଖଣ୍ଡର ବିଭିନ୍ନ ଅଂଚଳରେ ମଧ୍ୟ ପେଟ୍ରୋଲିୟମ ପଦାର୍ଥର ବ୍ୟବହାର ୧୫ ପ୍ରତିଶତକୁ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି। ଉଲ୍ଲେଖନୀୟ ଯେ, ଆଜିର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଅନ୍ୟାନ୍ୟଙ୍କ ମଧ୍ୟରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.