Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀର ବନ୍ୟା ଜଳରେ ଭାସିଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ବୈତରଣୀ ନଦୀର ବନ୍ୟା ଜଳରେ ଭାସିଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର

23

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ବୁଧବାର ସକାଳ ୧୧ଟା ସମୟରେ ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଆରଡି ପଂଚାୟତ ମୁଆଁ ଗାଁରୁ ବୃଦ୍ଧ ଘନଶ୍ୟାମ ଦାସ (୫୫) ଗାଁ ନିକଟସ୍ଥ ବୈତରଣୀ ନଦୀକୂଳରେ ଶୌଚ ହେଉଥିବାବେଳେ ବନ୍ୟା ଜଳରେ ଭାସିଯାଇଥିଲେ। ଗତକାଲି ଠାରୁ ଗାଁ ଲୋକଙ୍କ ସହ ଧାମନଗର ଅଗ୍ନିଶମ ବିଭାଗ ପକ୍ଷରୁ ମୋଟର ବୋଟ୍ ଦ୍ୱାରା ଖୋଜାଖୋଜି ଚାଲିଥିଲା। ଆଜି ଚାନ୍ଦବାଲି ବୈତରଣୀ ନଦୀର ଗେମନ ବ୍ରିଜ ନିକଟସ୍ଥ ବରଡିଆ ଘାଟ ନିକଟରୁ ବୃଦ୍ଧଙ୍କ ମୃତଦେହ ଠାବ କରିବା ସହ ଉଦ୍ଧାର କରିଥିଲେ। ବୃଦ୍ଧ ମୃତଦେହକୁ ଗାଁକୁ ଅଣାଯିବା ସହ ଆରଡି ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.