Home ଜିଲ୍ଲା ପରିକ୍ରମା ବୈତରଣୀ ନଦୀବନ୍ଧ ବିପର୍ଯ୍ୟସ୍ତ, ଭାଙ୍ଗିବ ବିନ୍ଧାଣ ସ୍ଲୁଇସ ଗେଟ!

ବୈତରଣୀ ନଦୀବନ୍ଧ ବିପର୍ଯ୍ୟସ୍ତ, ଭାଙ୍ଗିବ ବିନ୍ଧାଣ ସ୍ଲୁଇସ ଗେଟ!

32

ଭଦ୍ରକ, ୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଣ୍ଟିଘାଇ ଠାରୁ ମଣିନାଥପୁର ବୈତରଣୀ ନଦୀବନ୍ଧ ବିପର୍ଯ୍ୟସ୍ତ ହୋଇଛି । ୩ କିଲୋମିଟର ବ୍ୟାପି ଏହି ବନ୍ଧ ଉପରରେ ବହୁ ଛୋଟ ବଡ ଗର୍ତ୍ତ ହୋଇଥିବାରୁ ପଥିକମାନେ ଯାତାୟତ ପାଇଁ ଭୟଭୀତ ହୋଇପଡିଛନ୍ତି । ଯେ କୌଣସି ମୂହୂର୍ତ୍ତରେ ନଦୀବନ୍ଧ ଭାସିଯିବାର ଆଶଙ୍କା ସୃଷ୍ଟି ହୋଇଥିବାରୁ ବନ୍ଧପାଶ୍ୱର୍ବର୍ତ୍ତୀ ବାସିନ୍ଦାମାନେ ଆତଙ୍କିତ ହୋଇ ରହିଛନ୍ତି । ନଦୀବନ୍ଧର ଏଭଳି ଅବସ୍ଥା ପୂର୍ବବର୍ଷମାନଙ୍କରୁ ଲାଗି ରହିଛି । ଗ୍ରୀଷ୍ମଋତୁରେ ଏହାର ମରାମତି କରିବାକୁ ବିଭାଗ ଆଦୌ ଧ୍ୟାନ ଦେଇନଥିଲା । ସଦା ସର୍ବଦା ଜନସମସ୍ୟା ପ୍ରତି ଉଦାସୀନ ରହୁଥିବା ଜନପ୍ରତିନିଧିମାନେ ନିର୍ବାଚନୀ ବର୍ଷରେ ବି ଏ ସମ୍ପର୍କରେ ପଦକ୍ଷେପ ନେବାକୁ ବିଭାଗ ଉପରେ ଚାପ ସୃଷ୍ଟି କରିବାକୁ ଉଚିତ ମଣିନଥିଲେ । ଏବେ ସ୍ଥିତି ଅସମ୍ଭାଳ ହୋଇଛି । ଗୋଟିଏ ଗୋଟିଏ ସ୍ଥାନରେ ନଦୀବନ୍ଧ ଅଧାରୁ ଅଧିକ ଚଉଡାରେ ଧୋଇଯାଇ ନାମମାତ୍ର ରହିଛି । ସ୍ଥିତିକୁ ଦେଖି ବିଭାଗ ପକ୍ଷରୁ ବନ୍ୟା ସମୟରେ ବାଲିବସ୍ତା ପକାଇବା କାର୍ଯ୍ୟ ବୁଧବାର ଆରମ୍ଭ ହୋଇଛି । ବନ୍ୟା ଅପସରିଗଲା ପରେ ବିଭାଗ ସ୍ଥାୟୀ ମରାମତି କରିବ ବୋଲି ଭରସି ପାରୁନାହାନ୍ତି ଲୋକେ । ଏହି ଅଞ୍ଚଳର ଲୋକଙ୍କ ସରଳତାର ସୁଯୋଗ ନେଇ ରାଜନେତା ଓ ବିଭାଗ ନଦୀବନ୍ଧ ଭଳି ସ୍ପର୍ଶକାତର ସମସ୍ୟାକୁ ଏଡାଇଯାଇଛନ୍ତି ବୋଲି ଜନମତ ପ୍ରକାଶ ପାଇଛି । ନଦୀବନ୍ଧର ବିନ୍ଧାଣ ରାଜସ୍ୱ ଗ୍ରାମରେ ଥିବା ସ୍ଲୁଇସ ଗେଟ କେବଳ ଭାଙ୍ଗିବା ଅପେକ୍ଷାରେ ରହିଛି । ଏହି ସ୍ଲୁଇସ ଗେଟ କାଠନିର୍ମିତ କବାଟରେ ବାଲିବସ୍ତା ସପୋର୍ଟରେ ନାମାମତ୍ର ତିଷ୍ଠି ରହିଛି । ଏହାର କାନ୍ଥ ଫାଟି ଗଳିପଡିବା ଅବସ୍ଥାରେ ଥିôବାରୁ ସାମାନ୍ୟ ଚାପ ସୃଷ୍ଟି ହେଲେ ବଡଧରଣର ବିପର୍ଯ୍ୟୟ ସୃଷ୍ଟି ହୋବା ଆଶଙ୍କା ଦୃଢୀଭୂତ ହୋଇଛି । ବନ୍ୟାଞ୍ଚଳବାସୀ ବୋଲି ଆଖ୍ୟାୟିତ କରାଯାଇ ଉଭୟ ବିଭାଗ ଓ ଜନପ୍ରତିନିଧି ଏହି ନଦୀବନ୍ଧ ପ୍ରତି ବୈମାତୃକ ଅଭିମୁଖ୍ୟ ପୋଷଣ କରୁଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ କଡା ସମାଲୋଚନା କରାଯାଇଛି । ଏବେ ଅସ୍ଥାୟୀ ମରାମତି କରାଯାଉଛି ଓ ବନ୍ୟା ସମୟ ଅତିକ୍ରାନ୍ତ ହେଲେ ସ୍ଥାୟୀ ମରାମତି ପାଇଁ ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଶରତ ଚନ୍ଦ୍ର ଘଡେଇ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.