Home ଜିଲ୍ଲା ପରିକ୍ରମା ବୈତରଣୀ ଆଁରେ ଏବେ ଦଶଖଣ୍ଡ ଗାଁ ପିଲାଙ୍କ ଖେଳପଡିଆ

ବୈତରଣୀ ଆଁରେ ଏବେ ଦଶଖଣ୍ଡ ଗାଁ ପିଲାଙ୍କ ଖେଳପଡିଆ

52

ଭଦ୍ରକ, ୨୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କେଉଁଠି ନଦୀକୁ ଧସିଗଲାଣି ତ କେଉଁଠି ପୁଣି ଆଁ କରି ରହିଛି । ଏମିତି ପାଖାପାଖି ଅଧ କିଲୋମିଟର ବ୍ୟାପି ନଈକୂଳ ଖାଇବାରେ ଲାଗିଛି । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲା ଚାନ୍ଦବାଲି ବିଜ୍ଞାପିତ ଅଂଚଳ ବୈତରଣଈ ନଦୀପାଖ କୁଲ୍‌ିହା ହାଟଆଡିଆହ ପଡିଆର । କୁଲିହ ସମେତ ଆଖପାଖ ବିନତରା, ଗୋଲାଡିଆ, ପାହାଡପୁର, ନରସିଂହପୁର ୪ଟି ପଂଚାୟତର ୧୦ ଖଣ୍ଡରୁ ଉର୍ଦ୍ଧ୍ୱ ଗାଁର ପିଲାମାନେ ପ୍ରତିଦିନ ସକାଳ ସଂଜ ଏହି ପଡିଆକୁ ଖେଳିବା ସହିତ ସେନା ବାହିନୀରେ ଚାକିରୀ ପାଇର୍ ଦୌଡ, ଲଙ୍ଗଜମ୍ପ, ଆଦି ଶାରୀରିକ ବ୍ୟାୟାମ ପାଇଁ ପ୍ରତିଦିନ ୫୦ ରୁ ଉର୍ଦ୍ଧ୍ୱ ପିଲା ଆସିଥାନ୍ତି । ତା ସହିତ ପ୍ରତିବର୍ଷ କ୍ରିକେଟ୍‌, ଫୁଟବଲ ପ୍ରତିଯୋଗିତା ପାଇଁ ଜିଲା ଓ ଜିଲା ବାହାରୁ ଖେଳାଳିଙ୍କୁ ଡକାଇ ଆୟୋଜକ ମାନେ ଏହି ପଡିଆରେ ପ୍ରତିଯୋଗିତା କରାଇଥାଆନ୍ତି । ହେଲେ ଦିନକୁ ଦିନ ଏହି ପଡିଆ ଏବେ ଖାଇଖାଇ ବୈତରଣୀ ନଦୀରେ ଲିନ୍ନ ହେବାକୁ ବସିଲାଣି । ଦଶ ଏକରରୁ ଉର୍ଦ୍ଧ୍ୱ ବିଶିଷ୍ଟ ଏହି ବିସ୍ତୀର୍ଣ୍ଣ ପଡିଆ ଏବେ ବିପଦ ଆଡକୁ ଟାଣି ହୋଇଯାଉଛି । ଏହି ପଡିଆକୁ ଆସୁଥିବା ପିଲାମାନେ ନିଜସ୍ୱ ଉଦ୍ୟମରେ ପଇସା ଖର୍ଚ୍ଚକରି ବ୍ୟାୟାମ ଏକ୍ସରସାଇଜ୍ ପାଇଁ ସରଞ୍ଜାମ କିଣି ପଡିଆରେ ଲଗାଇଛନ୍ତି । ହେଲେ ଦିନକୁଦିନ ପଡିଆକୁ ନଦୀକୂଳ ଖାଉଥିବାରୁ ପିଲାମାନେ ପରେ କେଉଁଠିକୁ ଖେଳିବାକୁ ଯିବେ ଚିନ୍ତାରେ ଅଛନ୍ତି । ତେବେ ଏହାକୁ ପଥର ପ୍ୟାକିଂ କରାନଗଲେ ଏହା ବୈତରଣୀର ଆଁରେ ଲୀନ ନହୋଇଯିବ, ତାହା କିଏ କହିପାିରବ । ଏ ଦିଗରେ ଜଳସଂପଦ ବିଭାଗ ତୁରନ୍ତ ପଦକ୍ଷେପ ନେବାପାଇଁ ଦାବୀ ହୋଇଛି । ବେଳ ଥାଉ ଥାଉ ପ୍ରଶାସନ ଯଦି ଦୃଢ ପଦକ୍ଷେପ ନନିଏ, ତେବେ ପିଲାମାନଙ୍କ ଭବିଷ୍ୟତ ଯେ ଅନ୍ଧାରକୁ ଠେଲି ହୋଇଯିବ, ତାହା ଜଳଜଳ ହୋଇ ଦେଖାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.