Home ଜିଲ୍ଲା ପରିକ୍ରମା ବୈତରଣୀରେ ବନ୍ୟା, କଣ୍ଟିଘାଇ ଦେଇ ବନ୍ୟାଜଳ ପ୍ରବାହିତ , ଜିଲ୍ଲାପାଳ ଓ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କଣ୍ଟିଘାଇ...

ବୈତରଣୀରେ ବନ୍ୟା, କଣ୍ଟିଘାଇ ଦେଇ ବନ୍ୟାଜଳ ପ୍ରବାହିତ , ଜିଲ୍ଲାପାଳ ଓ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କଣ୍ଟିଘାଇ ପରିଦର୍ଶନ, ମୁକାବିଲା ପାଇଁ ବ୍ଲକ ପ୍ରଶାସନର ପ୍ରସ୍ତୁତି

48

ଭଦ୍ରକ, ୧୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀ ଆଜି କୂଳ ଲଙ୍ଘିଛି । ଉପରମୁଣ୍ଡରେ ଗତ ଚାରିି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ନଦୀ ଆଖୁଆପଦା ଠାରେ ବିପଦସଙ୍କେତ ସ୍ତର ୧୭.୮୩ ମିଟର ଅତିକ୍ରମ କରି ସନ୍ଧ୍ୟା ଛଅଟା ସୁଦ୍ଧା ୧୮.୨୮ ମିଟରରେ ପ୍ରବାହିତ ହେଉଛି । ଘଣ୍ଡାପ୍ରତି ଜଳସ୍ତର ୨ମିଲିମିଟର ହାରରେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ନଦୀର ଉପରମୁ୍‌ଣ୍ଡ କେଉଁଝରରେ ୫୯.୮ମି.ମି., ଚମ୍ପୁଆରେ ୩୯.୬ମି.ମି., ସ୍ୱାମୀପାଟଣାରେ ୪୦.୨ମି.ମି., ଠାକୁରମୁଣ୍ଡାରେ ୫୨.୮ମି.ମି., ଆନନ୍ଦପୁରରେ ୪୨.୬ ମି.ମି. ଓ ଆଖୁଆପଦାରେ ୭୨.୨ମି.ମି. ବର୍ଷା ରେକର୍ଡ କରାଯାଇଛି । ନଦୀର ଜଳସ୍ତର ସକାଳ ଆଠଟାରେ ବିପଦସଙ୍କେତ ସ୍ତର ଅତିକ୍ରମ କରିଥିଲା । ତେବେ ଜଳସ୍ତର ସର୍ବାଧିକ ୧୮.୪୦ମିଟର ହୋଇପାରେ ବୋଲି ଜଳସମ୍ପଦ ବିଭାଗ ଆଖୁଆପଦା ବନ୍ୟା ନିୟନ୍ତ୍ରଣ କକ୍ଷ ପକ୍ଷରୁ ସୂଚନା ଦିଆଯାଇଛି । ଉପରମୁଣ୍ଡ ସହ ତଳମୁଣ୍ଡରେ ବର୍ଷା ନାହି ନଥିବା ହୋଇଛି । ସ୍ଥାନୀୟ ଅଞ୍ଚଳରେ ଗତ ଚବିଶ ଘଣ୍ଟା ମଧ୍ୟରେ ୫୮ମିଲିମିଟର ବର୍ଷା ହୋଇଛି ବୋଲି ବ୍ଲକ ପରିସରରେ ବର୍ଷା ରେକର୍ଡ କରାଯାଇଛି । ଗତ ତିନି ଦିନ ମଧ୍ୟରେ ୧୨୭ ମିଲିମିଟର ବର୍ଷା ହୋଇଛି । ଫଳରେ ତଳିହା ଅଞ୍ଚଳ ସମେତ ବ୍ୟାପକମାତ୍ରାରେ ଧାନଜମି ଜଳମଗ୍ନ ହୋଇଛି । କଣ୍ଟିଘାଇ ମଧ୍ୟଦେଇ ପ୍ରବେଶ କରୁଥିବା ବନ୍ୟାଜଳ ଖାଲୁଆ ଅଞ୍ଚଳ ପାଇଁ ଉଦବେଗର କାରଣ ହୋଇଛି ।

ମଙ୍ଗଳବାର ବନ୍ୟା ମୁକାବିଲା ପାଇଁ ବ୍ଲକ ସମ୍ମଳନୀ କକ୍ଷରେ ରାଜସ୍ୱ ଓ ବ୍ଲକ ପ୍ରଶାସନର ମିଳିତ ବୈଠକ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ବିଡିଓ ଦେବଦତ୍ତ ଦାଶ, ତହସିଲଦାର କ୍ଷୀରୋଦ କୁମାରପଣ୍ଡା, ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସିଦ୍ଧାର୍ଥଶଙ୍କର ଦାସ, ଅରିତିକ୍ତ ମତ୍ସ୍ୟ ଅଧିକାରୀ ଉପାସନା ମହାନ୍ତି ପ୍ରମୁଖ ଯୋଗଦେଇ ଉଦ୍ଧାର, ଶୁଖିଲା ଖାଦ୍ୟ ମହଜୁଦ ରଖାଯିବା ଓ ସଚେତନ ସୃଷ୍ଟି କରାଯିବା ପାଇଁ ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ମୁଖ୍ୟତଃ ଷୋଳମପୁର, ମାଳଦା, ନପଙ୍ଗ, ରହଣିଆ, କୁରିଗାଁ, ବାଲିପୋଖରୀ, ଝୁଟୁଣା, ତେସିଙ୍ଗା(ଆଂଶିକ), ରଣଜିତ(ଆଂଶିକ), ବନ୍ଦାଳୋ-ମଢିଆଳି, ନାଆମୀ ଆଦି ପଞ୍ଚାୟତର ବନ୍ୟାପ୍ରବଣ ଅଞ୍ଚଳରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ରାଜସ୍ୱ ନିରୀକ୍ଷକଙ୍କୁ ଜାଗତିଆର କରି ରଖାଯାଇଛି । ବନ୍ଦାଳୋ, ମଣିନାଥପୁର, ଜଳହରୀ ବାତ୍ୟା ଆଶ୍ରୟସ୍ଥଳୀକୁ ଉଦ୍ଧାର ଓ ଥଇଥାନ ପାଇଁ ପ୍ରସ୍ତୁ କରି ରଖାଯାଇଛି ବୋଳି ବ୍ଲକ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଅତିରିକ୍ତ ଜିଳ୍ଲାପାଳ ମଧୁସୂଦନ ଦାସ, ଉପଜିଲ୍ଲାପାଳ ପିତାମ୍ବର ସାମଲ, ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ବାମଦେବ ବିଶ୍ୱାଳ, ଆଖୁଆପଦା ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ଷଡଙ୍ଗୀ, ଯାଜପୁର ଅଧିକ୍ଷଣ ଯନ୍ତ୍ରୀ ଧନେଶ୍ୱର ସାମଲ, ଆଖୁଆପଦା ସହକାରୀ ନିର୍ବାହୀ ଯନ୍ତ୍ରୀ ଶଙ୍କର୍ଷଣ ବେହେରା, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ଦାସ କଣ୍ଟିଘାଇ ପରିଦର୍ଶନ କରିବା ସହ ବନ୍ଧବାଡର ସୁରକ୍ଷା ସ ବନ୍ୟା ମୁକାବିଲା ନେଇ ବିଚାର ବିମର୍ଶ କରିଛନ୍ତି । ମେଡିକାଲ ପକ୍ଷରୁ ଅସ୍ଥାୟୀ ମେଡିକାଲ ସେଣ୍ଟର ପ୍ରତିଷ୍ଠା କରି ଚିକିତ୍ସା ସେବା ଯୋଗାଇବାକୁ ପଦକ୍ଷେପ ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.