Home ଜିଲ୍ଲା ପରିକ୍ରମା ବେଷ୍ଟ ଶିକ୍ଷାନୁଷ୍ଠାନ ବସ୍ ଦୁର୍ଘଟଣାରେ ଜଣେ ଗୁରୁତର, ଥାନାରେ ଅଭିଯୋଗ

ବେଷ୍ଟ ଶିକ୍ଷାନୁଷ୍ଠାନ ବସ୍ ଦୁର୍ଘଟଣାରେ ଜଣେ ଗୁରୁତର, ଥାନାରେ ଅଭିଯୋଗ

76

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍ ଅଧୀନସ୍ଥ ଅସୁରାଳି ସ୍ଥିତ ବେଷ୍ଟ ଶିକ୍ଷାନୁଷ୍ଠାନର ବସ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଆଜି ସକାଳେ ଧୁଷୁରୀ ନିକଟରେ ବସ୍ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ତେବେ ବସ୍‌ରେ ଥିବା ୩୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଳ୍ପକେ ରକ୍ଷା ପାଇଛନ୍ତି । ଆହତ ଯୁବକଙ୍କୁ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ ଦୁର୍ଘଟଣା ଘଟାଇଥିବା ବସ୍ ଚାଳକ ଫେରାର ହୋଇଯାଇଛି । ଏଣୁ ଡ୍ରାଇଭରର ବେପରୁଆ ଗାଡି ଚାଳନା, ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କ ଦାୟିତ୍ୱହୀନତା ଏବଂ ବ୍ୟବହୃତ ବସ୍ ଗୁଡିକର କାଗଜପତ୍ରର ବୈଧତାକୁ ନେଇ ଦୁର୍ଘଟଣାସ୍ଥଳରେ ପ୍ରାୟ ଦୁଇଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ଧୁଷୁରୀ ଥାନା ପୁଲିସ୍ ଖବର ପାଇ ସଦଳବଳେ ଘଟଣାସ୍ଥଳରେ ପହଞ୍ôଚ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରିବା ପରେ ପରିସ୍ଥିତି ଶାନ୍ତ ହୋଇଛି । ଘଟଣାରୁ ପ୍ରକାଶ ସକାଳ ପ୍ରାୟ ୮ଟା ସମୟରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଶିକ୍ଷାନୁଷ୍ଠାନର ଏହି ବସ୍‌ଟି ଦ୍ରୁତଗତିରେ ଅସୁରାଳି ଅଭିମୁଖେ ଯାଉଥିବାବେଳେ ବିପରୀତ ଦିଗରୁ ଆରଡି ଅଭିମୁଖେ ଆସୁଥିବା ବସ୍‌ଟିକୁ ସାଇଟ୍ ଦେଇନପାରି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଏକ ଟ୍ରାକ୍ଟର ଓ ବାଇକ୍ ଚାଳକଙ୍କୁ ଜୋରରେ ଧକ୍କା ଦେଇଥିଲା । ଫଳରେ ଟ୍ରାକ୍ଟର ପଛରେ ଲାଗି ରହିଥିବା ମାଟି ଖୋଳା ଏକ ବିରାଟ ବୋରିଂ ଯନ୍ତ୍ର ବସ୍ ଆଗକାଚ ଭାଙ୍ଗି ଭିତରକୁ ପଶିବା ଦ୍ୱାରା ଭିତରେ ଥିବା ଛାତ୍ରଛାତ୍ରୀମାନେ ଅଳ୍ପକେ ରକ୍ଷା ପାଇଯାଇଥିଲେ । ତେବେ ସେତେବେଳେ ସେହି ସ୍ଥାନ ଦେଇ ଯାଉଥିବା ବାଇକ୍ ଆରୋହୀ ହସନାବାଦ ପଂଚାୟତ ଅସ୍ତକ ଗ୍ରାମର ପିତାମ୍ବର ବେହେରା ଏହି ଧକ୍କାରେ ଚାପିହୋଇ ଗୁରୁତର ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.