ଭଦ୍ରକ, ୨୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବ୍ଲକ୍ ଅନ୍ତର୍ଗତ ବେନ୍ତାଳ ପଂଚାୟତରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ ସହ ଶିଳାନ୍ୟାସ କରିଛନ୍ତି । ବିଧାୟକଙ୍କ କରକମଳରେ ମୋଟ ୩ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ ହୋଇଯାଇଛି । ଏଥିମଧ୍ୟରେ ଆହାରପଦା ଓ ବେନ୍ତାଳ ଛକ ରାସ୍ତା, କେଶପୁର ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ୧୦ ଲକ୍ଷ ଟଙ୍କା, ମଙ୍ଗଳା ମନ୍ଦିରକୁ ବିଧାୟକ ପାଣ୍ଠିରୁ ୩ ଲକ୍ଷ ଟଙ୍କା ଅନୁଦାନ କରିଛନ୍ତି । ବେନ୍ତାଳ, ଭଗବାନବିନ୍ଧା, ଗୋପାଳବିନ୍ଧା ଓ କେଶପୁର ଆଦି ଅଂଚଳରେ ୧୩ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ ହୋଇଥିବାବେଳେ କେଶପୁର ହାଇସ୍କୁଲ ଓ ଅଙ୍ଗନୱାଡି ସେଣ୍ଟରର ଉଦ୍ଘାଟନ ମଧ୍ୟ ହୋଇଯାଇଛି । ଏବଂ ମିଶନ ଶକ୍ତି ଗୃହ ପାଇଁ ଆବଶ୍ୟକୀୟ ଅର୍ଥ ଯୋଗାଇଦିଆଯିବାର ଘୋଷଣା କରାଯାଇଥିଲା । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ମଳୟ ଜେନା, ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷା ପ୍ରଫୁଲ୍ଲ ନାୟକ, ସମିତିସଭ୍ୟ ଯୋଗେନ୍ଦ୍ର ଘଡେଇ, ସ୍ଥାନୀୟ ସରପଞ୍ଚ ଶଶଧର ନାୟକ, ପୂର୍ବତନ ସମିତିସଭ୍ୟ ସଚିତାନନ୍ଦ ମହାନ୍ତି, ଗୁଜିଦରଡାର ପୂର୍ବତନ ସରପଞ୍ଚ ଏମ୍ଡି ଫରହାତ ଆଲାମ୍, ସମାଜସେବୀ ସରୋଜ କୁମାର ପଣ୍ଡା, ଆରଡି-୧ ର ନିର୍ବାହୀ ଯନ୍ତ୍ରୀ କିଶୋର ଖଟୁଆ, ଚଣ୍ଡିଗାଁ ସମିତିସଭ୍ୟ ଇଂ ପ୍ରିୟବ୍ରତ ନାୟକଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।