Home କନ୍ଧମାଳ ବେଆଇନ ପଥର ଖାଦାନ ବନ୍ଦ କଲେ ତହସିଲଦାର

ବେଆଇନ ପଥର ଖାଦାନ ବନ୍ଦ କଲେ ତହସିଲଦାର

83

କନ୍ଧମାଳ, ୧୧/୬-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲ ଅନ୍ତର୍ଗତ ଟିଟ୍ରାପଙ୍ଗା ଭୁକ୍ତାକନାଲି ଅଂଚଳରୁ ବେଆଇନ ପଥର ଖାଦାନ ବନ୍ଦ କଲେ ତହସିଲଦାର। ଏହି ପଥର ଖାଦାନ ରୁ ବାରମ୍ବାର ପଥର ଚୋରା ଚାଲାଣ ହେଉଥିବା ଖବର ପାଇବା ପରେ ତହସିଲଦାର ଶ୍ରୀମତୀ ସ୍ୱପ୍ନିତା ନାୟକ ଏବଂ ରାଜସ୍ବ ନିରିକ୍ଷକ ରାଜେନ୍ଦ୍ର କୁମାର ଷଡ଼ଙ୍ଗୀ, ପୁରନାଥ ମଲିକ ଓ ତହସିଲ କାର୍ଯ୍ୟାଳୟ ସୁପରଭାଇଜର ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ପଥର ଖାଦାନରେ ଅଚାନକ ପହଞ୍ଚି ଏକ ପଥର ବୋଝେଇ ଗାଡ଼ିକୁ ଜବତ କରି ତାଙ୍କ ଠାରୁ ୫ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରିଛନ୍ତି। ପରେ ସମସ୍ତ ବେଆଇନ ପଥର ଖାଦାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.