Home ଜିଲ୍ଲା ପରିକ୍ରମା ବେଆଇନ୍ ଘର ନିର୍ମାଣ ଘଟଣାରେ ତହସିଲଦାରଙ୍କ ଘଟଣାସ୍ଥଳ ପରିଦର୍ଶନ

ବେଆଇନ୍ ଘର ନିର୍ମାଣ ଘଟଣାରେ ତହସିଲଦାରଙ୍କ ଘଟଣାସ୍ଥଳ ପରିଦର୍ଶନ

47

ଭଦ୍ରକ, ୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର- ଫଳପୁର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତାର ପ୍ରବେଶପଥ ଧାମନଗର ବଡ଼ବଜାର ଠାରେ କେତେକ ବ୍ୟକ୍ତି ଜୋର ଜବରଦସ୍ତ ସରକାରୀ ଜାଗାରେ ବେଆଇନ୍ ଦୋକାନ ଘରକରି ଥିବାବେଳେ ଏନେଇ ୨୦୧୪ ମସିହାରେ ତହସିଲ ପକ୍ଷରୁ ଉକ୍ତ ଜବର ଦଖଲକାରୀଙ୍କ ଉପରେ ନୋଟିସ୍ କରାଯିବା ସହିତ ଜାଗା ଉଚ୍ଛେଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ପରବର୍ତ୍ତି ସମୟରେ ପ୍ରଶାସନିକ ଶୀତଳତା ଯୋଗୁଁ ଉକ୍ତ ଉଚ୍ଛେଦ କାର୍ଯ୍ୟ ବନ୍ଦଥିଲା । ତେବେ ସେହି ପୁରୁଣା ଦୋକାନ ଗୃହର କାନ୍ଥଭାଙ୍ଗି ଏବେ ରାତିଅଧିୟା ସ୍ଥାୟୀ ଗୃହ ନିର୍ମାଣ କରାଯାଉଥିବାବେଳେ ସ୍ଥାନୀୟ ଜନସାଧାରଣ ପକ୍ଷରୁ ପ୍ରଶାସନ ନିକଟରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । ଆଜି ମଧ୍ୟ ସ୍ଥାନୀୟ ଅଂଚଳର ବାସିନ୍ଦା ବାସୁଦେବ ତ୍ରିପାଠୀ, ମନୋଜ କୁମାର ମଲ୍ଲିକ, ଶଚିକାନ୍ତ ପଣ୍ଡା, ବିଜୟ କୁମାର ରାମ, ବିରେନ୍ଦ୍ର କୁମାର ଜେନା, ଅନନ୍ତ କୁମାର ଜେନା, ଅମରେନ୍ଦ୍ର ମହାନ୍ତି, ରଣଜିତ୍ କୁମାର ମହାନ୍ତି, ଅଜିତ୍ କୁମାର ଦାସ, ସରୋଜ କୁମାର ସେଠୀ, ବିରେନ୍ଦ୍ର କୁମାର ବାରିକ ସମେତ ସ୍ଥାନୀୟ ଅଂଚଳର ଲୋକମାନେ ଅତିରିକ୍ତ ତହସିଲଦାର ଅନୁପକୁମାର ବେହେରାଙ୍କୁ ଭେଟି ଅଭିଯୋଗ ମଧ୍ୟ ପ୍ରଦାନ କରିଥିଲେ । ଏହି ଅଭିଯୋଗକୁ ଭିତ୍ତିକରି ଅତିରିକ୍ତ ତହସିଲଦାର ଶ୍ରୀ ବେହେରା, ଥାନାଅଧିକାରୀ ପ୍ରଦୀପ କୁମାର ମହନ୍ତ ଓ ରାଜସ୍ୱ ନିରିକ୍ଷକ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ସେଠାରେ ସରକାରୀ ମାପଚୁପ ପରେ ଯାହା କାର୍ଯ୍ୟ କରାଯିବବୋଲି ତହସିଲଦାର ଘରନିର୍ମାଣ କରୁଥିବା ବ୍ୟକ୍ତିଙ୍କୁ ତାଗିଦ୍ କରିଥିଲେ । ତେବେ ଦୁଇଦିନ ମଧ୍ୟରେ ସରକାରୀ ସ୍ତରରେ ମାପଚୁପ କରାଯାଇ ସମସ୍ୟାର ସମାଧାନ କରାଯିବବୋଲି ତହସିଲଦାର ଶ୍ରୀ ବେହେରା ମଧ୍ୟ ପକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.