Home ଜିଲ୍ଲା ପରିକ୍ରମା ବୃନ୍ଦାବନ କଳାକେନ୍ଦ୍ରର ପ୍ରତିଭା ଅନ୍ୱେଷଣ ଓ ପୋଷାକ ବିତରଣ କାର୍ଯ୍ୟକ୍ରମ

ବୃନ୍ଦାବନ କଳାକେନ୍ଦ୍ରର ପ୍ରତିଭା ଅନ୍ୱେଷଣ ଓ ପୋଷାକ ବିତରଣ କାର୍ଯ୍ୟକ୍ରମ

9

ଭଦ୍ରକ, ୨୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବଙ୍କସାହି ସ୍ଥିତ ବୃନ୍ଦାବନ କଳାକେନ୍ଦ୍ର ବର୍ଷ-୨୦୨୩ ର ବିଦାୟ ଅବସରରେ ଜିଲ୍ଲାର ପଗଡ ଠାରେ ଥିବା ମାନବ ସେବା କନ୍ୟାଶ୍ରମରେ ଏକ ପ୍ରତିଭା ଅନ୍ୱେଷଣ ଓ ପୋଷାକ ବିତରଣ ର ଏକ ଦିବସ ବ୍ୟାପି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କନ୍ୟାଶ୍ରମର ଅନ୍ତେବାସୀ ଛାତ୍ରୀମାନେ ସଂଙ୍ଗୀତ ତଥା ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସେମାନଙ୍କର ପ୍ରତିଭା ପରିପ୍ରକାଶ କରିବା ସହ କୃତି ଛାତ୍ରୀମାନେ ପ୍ରଶଂସାପତ୍ର ଏବଂ ପୁରସ୍କାର ଗ୍ରହଣ କରିଥିଲେ । ଏତଦ୍‌ବ୍ୟତିତ କନ୍ୟାଶ୍ରମର ପ୍ରତ୍ୟେକ ଅନ୍ତେବାସୀ ଛାତ୍ରୀମାନଙ୍କୁ କଳାକେନ୍ଦ୍ର ତରଫରୁ ପୋଷାକ ବିତରଣ କରାଯାଇଥିଲା । ଉକ୍ତ ଉତ୍ସବରେ ଆଂଚଳିକ ସହଯୋଗ ସଂସ୍କୃତ ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ମହେଶ୍ୱର ସେନାପତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କନ୍ୟାଶ୍ରମର ପ୍ରତିଷ୍ଠାତା କପିଳ ଚରଣ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଯୁବ ଅଧ୍ୟାପକ ନିରଞ୍ଜନ ସାମଲ, ଅଧ୍ୟାପକ ଶଙ୍କର୍ଷଣ ଦାସ ତଥା କନ୍ୟାଶ୍ରମର ସମ୍ପାଦକ ଦଶରଥ ମହାକୁଡ଼ ପ୍ରମୁଖ ମଂଚାସୀନ ହୋଇଥିଲେ । ଛାତ୍ରୀମାନଙ୍କ ଅନ୍ତର୍ନିଃହିତ ପ୍ରତିଭାକୁ ଠାବ କରାଯାଇ ତାହାର ପ୍ରକୃତ ବିନିଯୋଗ କରାଗଲେ ସମାଜର ପ୍ରଗତିରେ ଛାତ୍ରୀମାନଙ୍କ ଯୋଗଦାନ ଏକ ଉଦାହରଣ ସୃଷ୍ଟି କରିବ ବୋଲି ସମସ୍ତ ଅତିଥି ତାଙ୍କ ବକ୍ତବ୍ୟରେ ସହମତିତା ପ୍ରକାଶ କରିଥିଲେ । କଳାକେନ୍ଦ୍ରର ନିର୍ଦ୍ଦେଶକ ସୌରେଶ ଚନ୍ଦ୍ର ମହାନ୍ତି ଉକ୍ତ ଦିବସ ବ୍ୟାପି କାର୍ଯ୍ୟକ୍ରମକୁୁ ସଂଚାଳନ କରିଥିଲେ । ଅଧ୍ୟାପକ ନିରାକର ନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନ୍ତୋଷ କୁମାର ବେହେରା ତଥା କନ୍ୟାଶ୍ରମର କର୍ମଚାରୀ ଭଗବାନ ପରିଡ଼ା, ସସ୍ମିତା ବାରିକ, ରତ୍ନାକର ମହାକୁଡ଼ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ସମ୍ପୁର୍ଣ୍ଣ ଭାବରେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.