Home ଜିଲ୍ଲା ପରିକ୍ରମା ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ସାମ୍ପ୍ରଦାୟିକ ଉତ୍ତେଜନା ବନ୍ଦ

ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ସାମ୍ପ୍ରଦାୟିକ ଉତ୍ତେଜନା ବନ୍ଦ

29

ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଗତ କିଛି ଦିନ ତଳେ ସ୍ଥାନୀୟ ପୁରୁଷଣ୍ଢ ଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ଜନୈକ ଯୁବକ ମାତା ସୀତାଙ୍କୁ କଟାକ୍ଷ କରି ଏକ ଅଶୀଳ ଭିଡିଓ କୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହା ପ୍ରସାରିତ ହେବା ପରେ ହିନ୍ଦୁ ସମ୍ପ୍ରଦାୟର ବିଭିନ୍ନ ଗୋଷ୍ଠି ଓ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବା ସହ ଥାନାରେ ମାମଲା ରୁଜୁ ହୋଇଥିଲା । ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ସାମ୍ପ୍ରଦାୟୀକ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇଥିଲା । ଇତି ମଧ୍ୟରେ ସଂପୃକ୍ତ ବ୍ୟକ୍ତି ଜଣକ ଅଶୀଳ ପୋଷ୍ଟକୁ ବିଲୋପ କରିଦେଇଥିଲେ । ତେବେ ଉଭୟ ସମ୍ପ୍ରଦାୟ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ କୁ ଲକ୍ଷ୍ୟ ରଖି ସ୍ଥାନୀୟ ଅଞ୍ଚଳର ଉଭୟ ସମ୍ପ୍ରଦାୟର ବୃଦ୍ଧିଜୀବି ମାନେ ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ଏହାର ସମାଧାନ ହୋଇ ପାରିଥିବାର ଜଣାପଡ଼ିଛି । ଆଜି ଏହି ବ୍ଲକ ଆଗରପଡ଼ା ସ୍ଥିତ ସ୍ଥାନୀୟ ଇଲେଭେନଷ୍ଟାର କ୍ଲବ ଠାରେ ଏ ସମ୍ପର୍କରେ ସମାଧାନ ଉଦ୍ଦେଶ୍ୟରେ ବୈଠକ ଆହ୍ୱତ ହୋଇଥିଲା । ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଯୁବକ ଜଣଙ୍କ ନିଜର ଭୁଲ ସ୍ୱୀକାର କରିବା ସହ ସାମ୍ପ୍ରଦାୟୀକତା ସଦ୍ ଭାବନା ବଜାୟ ରଖିବେ ବୋଲି ପ୍ରତିଶୃତି ନେବା ପରେ ଏହି ଘଟଣାର ଆପୋଷ ସମାଧାନ ହୋଇ ପାରିଥିଲା । ଏହି ବୈଠକରେ ପୂର୍ବତନ ସରପଞ୍ଚ ରବିନ୍ଦ୍ର ପଣ୍ଡା,ରବି ନାରାୟଣ ମହାନ୍ତି,ଉମେଶ ସାହୁ,ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ,ଆଗରପଡ଼ା ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ରାମଚନ୍ଦ୍ର ନାୟକ,ବିଜେପି ମହତାବ ମଣ୍ଡଳ ସଭାପତି ଶିବାନନ୍ଦ ଦାସ ଅଧିକାରୀ,ସଂଘ ପରିବାରର ଅଶୋକ କୁମାର ପରିଡ଼ା,ଗୋପାଳକୃଷ୍ଣ ଦାଶ,ଜଇନୁଲ ଆବେଦିନ,ପ୍ରଭାତ ପଣ୍ଡା,ଚିତ୍ତରଞ୍ଜନ ସାମନ୍ତରାୟ,ସେକ୍ ସେର ଅଲ୍ଲି,ମହମଦ୍ ଇସ୍‌ଲାମ,ବଡ଼ମହିଁଷଗୋଠ ସରପଞ୍ଚ ପ୍ରତିନିଧି ଦିପକ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.