ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାରେ ଚାନ୍ଦବାଲି ବ୍ଲକ୍ରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା ସହ ଉତୁକୁଡା ପଂଚାୟତର ବୁଡୁଜାଲ ଗାଁରେ ହୋଇଥିବା ଏକ ରାଜନୈତିକ ଗୋଷ୍ଠୀ ସଂଘର୍ଷରେ ବିଜେପି କର୍ମୀ ମାନଙ୍କୁ ଶାସକ ଦଳ ଚାପରେ ଚାନ୍ଦବାଲି ଥାନା ଅଧିକାରିଣୀ ପ୍ରଜ୍ଞା ମହାନ୍ତି ମିଥ୍ୟା କେଶ୍ ଆଧାରରେ ଗିରଫ କରିବା ସହ ମହିଳାମାନଙ୍କ ଉପରେ ଅତ୍ୟାଚାର ପ୍ରତିବାଦରେ ଆଜି ରାଜ୍ୟ ମହିଳାମୋର୍ଚ୍ଚାର ଏକ ପ୍ରତିନିଧି ଦଳ ବୁଡୁଜାଲ ଗାଁ ପରିଦର୍ଶନ କରି ମହିଳାମାନଙ୍କର ସାଥୀରେ ଦଳ ଛିଡା ହେବ ବୋଲି ପ୍ରତିଶ୍ରୁତି ଦେଇଛି । ବୁଡୁଜାଲ ଗାଁରେ ବିଜେଡି ଗୁଣ୍ଡାମାନେ ବିଜେପି କର୍ମୀଙ୍କ ଘରଦ୍ୱାର ଭଙ୍ଗାରୁଜା କରିବା ଓ ମହିଳାମାନଙ୍କୁ ଆକ୍ରମଣ ହେଉଥିଲେ ମଧ୍ୟ ପୁଲିସ୍ ବିଜେଡି ଦଳକୁ ଘଣ୍ଟ ଘୋଡାଉଛି । ଯଦି ପୁଲିସ୍ ବୁଡୁଜାଲ ଗାଁରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ସଠିକ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରେ, ତେବେ ଆଗାମୀ ଦିନରେ ଏହାକୁ ରାଜ୍ୟବ୍ୟାପୀ ଆନ୍ଦୋଳନର ନାରା ଦିଆଯିବ ବୋଲି ବିଜେପିର ମହିଳା ମୋର୍ଚ୍ଚାର ସଭାପତି ସ୍ମୃତି ପଟ୍ଟନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏହି କ୍ଷେତ୍ର ପରିଦର୍ଶନରେ ରାଜ୍ୟ ମହିଳାମୋର୍ଚ୍ଚାର ପ୍ରବକ୍ତା ସୋନାଲି ସାହୁ, ଜିଲା ସଂପାଦିକା ମନସ୍ମିତା ଖୁଣ୍ଟିଆ, ମାଳତି ସାହୁ, ସଦସ୍ୟା କଳ୍ପନା ବିଶ୍ୱାଳ, ହରପ୍ରିୟା ସାହୁ ପ୍ରମୁଖ ପହଞ୍ôଚ ସ୍ଥିତି ଅନୁଧ୍ୟାନ କରିଥିଲେ ।