Home ଜିଲ୍ଲା ପରିକ୍ରମା ବି.ଟି.ପୁରରେ ବିଜେଡିର ଜନ ସଚେତନତା ସଭା

ବି.ଟି.ପୁରରେ ବିଜେଡିର ଜନ ସଚେତନତା ସଭା

26

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବି.ଟି.ପୁର ପଞ୍ଚାୟତର ରାଉତରାପୁର ଠାରେ ଆଜି ବିଜେଡିର ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେଡି ଉପ-ସଭାପତି ପ୍ରଶାନ୍ତ ଦାଶ ଆୟୋଜିତ ସଚେତନତା ସଭାକୁ ପୌରହିତ୍ୟ କରିଥିଲେ । ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଯୋଗଦେଇ ସରକାରଙ୍କ ଯୋଜନା ସମ୍ପର୍କରେ ସଚେତନ କରାଇଥିଲେ । ମୁଖ୍ୟମନ୍ତ୍ରୀ ଲୋକଙ୍କ ହିତରେ କାର୍ଯ୍ୟ କରୁଥିବା ବେଳେ ଏହାର ସୁବିଧା ନେବାକୁ କହି ଏହି ପଞ୍ଚାୟତର ଉନ୍ନତି ପାଇଁ ଏକ କାଳିନ ୫୦ଲକ୍ଷ ଅନୁଦାନ ଦେବା, ୮ ଶହ ୯୩ ପରିବାରଙ୍କୁ କାଳିଆ ଯୋଜନାରେ ଅର୍ଥ ପ୍ରଦାନ, ୪୨୯ ଜଣଙ୍କୁ ମଧୁବାବୁ ବାର୍ଦ୍ଧକ୍ୟ ଭତ୍ତା, ମିଶନ ଶକ୍ତି ମା ମାନଙ୍କୁ ୩୮ ଲକ୍ଷ ୬୫ ହଜାର ଟଙ୍କାର ଋଣ ପ୍ରଦାନ ଏବଂ ମମତା ଯୋଜନାରେ ସୁବିଧା ସୁଯୋଗ ନେଇ ସେ ମତ ପ୍ରକାଶ କରିଥିବା ବେଳେ ନବୀନ ବାବୁଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବାକୁ ସେ କହିଥିଲେ । ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ, ଉପାଧ୍ୟକ୍ଷା ପ୍ରଗତୀବାଳା ସ୍ୱାଇଁ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ବ୍ଲକ ବିଜେଡି ସଭାପତି ଲକ୍ଷ୍ମୀକାନ୍ତ ମହାନ୍ତି, ଯୁବ ସଭାପତି ସତ୍ୟ ସାଧନ ବେଜ, ଯୁବନେତା ଅଶୋକ ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟା ରୁନିତା ଦାସ, ବି.ଟି.ପୁର ସରପଞ୍ଚ ସୁଭଦ୍ରା ସିଂହ, ସମିତି ସଭ୍ୟ ଜ୍ୟୋର୍ତିମୟୀ ପଣ୍ଡା, ପୁରୁଷଣ୍ଢ ସରପଞ୍ଚ ପ୍ରକାଶ ବିଶ୍ୱାଳ, ବଡ଼ମହିଁଷଗୋଠ ସରପଞ୍ଚ ବିନୋଦିନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅଗ୍ରଣୀ ମହିଳା ଆଶା, ଅଙ୍ଗନୱାଡ଼ି, ଏମ୍‌ବିକେ, ସିଆର୍‌ପି, ଗଣମାଧ୍ୟମର ପ୍ରତିନିଧି ଏବଂ ରାଉତରାପୁରର ମା ଚଣ୍ଡୀ, ନୂଆପୋଖରୀର ମା ଜବତ ଜନନୀ, ହଳଦିପହଣୀର ଜୟ ହନୁମାନ, ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଓ ସମ୍ପାଦିକାଙ୍କୁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଜଗନ୍ନାଥ ଫଟୋଚିତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରାରମ୍ଭରେ ସାଂସ୍କୃତିକ ମଞ୍ଚକୁ ଗଗନ ସିଂହ ସଞ୍ଚାଳନ କରିଥିଲେ । ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟକୁ ପ୍ରଦର୍ଶିତ କରାଯାଇଥିଲା । ଯୁବନେତା ସପନ ସିଂହଙ୍କ ତତ୍ତ୍ୱାବଧାନରେ ନାଏବ ସରପଞ୍ଚ ରମାକାନ୍ତ ବାରିକ, ବିପିନ ଖଟୁଆ, ବାବୁରାମ ମଲ୍ଲିକ, ଅଦିତ୍ୟ ସିଂହ, ସନ୍ତୋଷ ପରିଡ଼ା, ଅଶୋକ ସିଂହ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.