Home ଓଡ଼ିଶା ବିହାରରେ ଲଗାଣ ବର୍ଷା ଯୋଗୁଁ ଗଲାଣି ୨୯ ଜୀବନ

ବିହାରରେ ଲଗାଣ ବର୍ଷା ଯୋଗୁଁ ଗଲାଣି ୨୯ ଜୀବନ

88

ବିହାର,୩୦/୦୯,(ଓଡ଼ିଆ ପୁଅ ପି ନାଏକ):  ବିହାରରେ କିଛି ଦିନ ହେବ ପ୍ରକୃତିର ତାଣ୍ଡବ ଚାଲିଛି । ଲାଗାଣ ବର୍ଷା କମିବାର ନା ନେଉ ନାହିଁ । ଯାହାଦ୍ୱାରା ବନ୍ୟାର ବିଭିସିକା ଜାରି ରହିଛି । ବନ୍ୟାର କୋପରେ ୨୯ ଜୀବନ ଚାଲିଯାଇଥିବାବେଳେ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ୍‌ ହୋଇପଡିଛି । ରାସ୍ତା ଘାଟ ବର୍ତ୍ତମାନ ସମୁଦ୍ରରେ ପରିଣତ ହୋଇଛି । ଯାହାଦ୍ୱାରା ଚାରିଆଡେ ହାହାକାର ଛାଇ ଯାଇଛି ।

କୁହାଯାଉଛି ଯେ, ଲାଗିରହିଥିବା ପ୍ରବଳରୁ ଅତି ପ୍ରବଳ ବର୍ଷା ବିହାରରେ ୧୦୨ ବର୍ଷର ରେକର୍ଡ ଭାଙ୍ଗିଛି । ବିହାରରେ ହେଉଥିବା ଲଗାଣ ବର୍ଷାଯୋଗୁ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରକୃତି ଦ୍ୱାରା ଆରମ୍ଭ ହୋଇଥିବା କୋପ ବର୍ତ୍ତମାନ ଥମିବାର କୌଣସି ଆଭାସ ମିଳୁନଥିବା ଲୋକମାନେ ଚର୍ଚ୍ଚା କରୁଛନ୍ତି । ପାଟଣା ଏବଂ ଦରଭଙ୍ଗାରେ ପ୍ରଶାସନ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଶତର୍କ ସୂଚନା ଜାରୀ କରିବା ସହ ସମସ୍ତ ସ୍କୁଲ୍‌ କଲେଜ ବନ୍ଧ ରଖିବା ପାଇଁ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.