Home ଜିଲ୍ଲା ପରିକ୍ରମା ବିଶ୍ୱ ହିନ୍ଦୁ ପରିଷଦର ଦୁଇ ଦିବସୀୟ ପରିଚୟ ବର୍ଗ ଉଦ୍‌ଯାପିତ

ବିଶ୍ୱ ହିନ୍ଦୁ ପରିଷଦର ଦୁଇ ଦିବସୀୟ ପରିଚୟ ବର୍ଗ ଉଦ୍‌ଯାପିତ

15

ଭଦ୍ରକ, ୨୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦୁଇ ଦିବସୀୟ ପରିଚୟ ବର୍ଗ ଆଜି ଅପରାହ୍ନରେ ସ୍ଥାନୀୟ ନୂଆବଜାରସ୍ଥି ସରସ୍ୱତୀ ମନ୍ଦିରରେ ଉଦ୍‌ଯାପନ ହୋଇଯାଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ନିଧି ସଂଗ୍ରହ ଅଭିଯାନର ସଫଳତା ପରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଦୁଇ ଦିନ ବ୍ୟାପି କାର୍ଯ୍ୟକ୍ରମର ବିଶ୍ୱ ହିନ୍ଦୁ ପରିଷଦର ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବହୁ ପ୍ରାନ୍ତୀୟ ଅଧିକାରୀମାନେ ଯୋଗ ଦେଇ କାର୍ଯ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶକ କରିଥିଲେ । ସାମ୍ପ୍ରତିକ ସ୍ଥିତିରେ ସଙ୍ଗଠନର ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ଧେୟନିଷ୍ଠ ହୋଇ ନିରନ୍ତର ରାଷ୍ଟ୍ର ସେବାରେ ନିଜକୁ ନିୟୋଜିତ କରିବା ସହ ହିନ୍ଦୁ ସମାଜକୁ ଏକଜୁଟ କରାଇବାକୁ ସଂଘର ପ୍ରାନ୍ତ ପ୍ରଚାର ପ୍ରସାର ପ୍ରମୁଖ ରବିନାରାୟଣ ପଣ୍ଡା କହିଥିଲେ ବିଶ୍ୱ ହିନ୍ଦୁ ପରିଷଦର ସଙ୍ଗଠନ ମନ୍ତ୍ରୀ ରାମ ଜନ୍ମଭୂମି ନିଧି ସଂଗ୍ରହର ସଫଳତା ସମ୍ପର୍କରେ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ତାର ଶ୍ରେୟ ଦେଇଥିଲେ । ବଜରଙ୍ଗ ଦଳର ପ୍ରାନ୍ତ ସଂଯୋଜକ ନିଶାମୁକ୍ତ ଯୁବ ସମାଜକୁ ଗଠନ କରିବା ସହ ଗୋପାଳନକୁ ପ୍ରୋତ୍ସାହନ ବିଷୟ ରଖିଥିଲେ । ପ୍ରାନ୍ତ ସମ୍ପାଦକ ପ୍ରଶାନ୍ତ କୁମାର ପଣ୍ଡା ହିନ୍ଦୁ ସଂସ୍କୃତିର ଗାରିମା ଓ ମନ୍ତ୍ର ସ୍ରୋତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଏହି ଦୁଇଦିନ ବ୍ୟାପି କର୍ମଶାଳାରେ ଭଦ୍ରକ ଜିଲ୍ଲାର ବିଶ୍ୱ ହିନ୍ଦୁ ପିଷଦର ଜିଲ୍ଲା ସଭାପତି ବିଜୟ ସିହ୍ନା, ସମ୍ପାଦକ କାହ୍ନୁ ସିଂ, ରାମଚନ୍ଦ୍ର ପଣ୍ଡା, ଦୁର୍ଗାବାହିନୀ ପ୍ରାନ୍ତ ସହ ସଂଯୋଜିକା ସିପ୍ରା ରାଉତ, ସରୋଜିନୀ ଦାସ, ସଂଘର ପାର୍ଥ ସାରଥୀ ଦାସ, ଜିଲ୍ଲା ପ୍ରଚାରକ ରଶ୍ମିରଞ୍ଜନ ମହାକୁଡ, ଶୁଭସ୍ମିତା ରାଉତ, ଜୟପ୍ରକାଶ ପତି, ଦେବେନ୍ଦ୍ର ନାୟକ, ଉତ୍କଳ କେଶରୀ ନାୟକ, ମନ୍ମଥ ନାୟକ, ମୃତ୍ୟୁଞ୍ଜୟ ସୂତାର, ଚିତ୍ତରଞ୍ଜନ ପଲାଇ, ରଥକିଶୋର ଦାସ ପ୍ରମୁଖ କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମର ପରିଚାଳନା କରିଥିଲାବେଳେ ଜିଲ୍ଲା ବଜରଙ୍ଗ ଦଳ ସଂଯୋଜକ ବିପିନ ପଣ୍ଡାଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ ପରିଷଦର ପ୍ରାନ୍ତୀୟ ଅଧିକାରୀ ତଥା ବିଭାଗ ସମ୍ପାଦକ ଗୋବିନ୍ଦ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ଦିନ ବ୍ୟାପି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.