Home ଜିଲ୍ଲା ପରିକ୍ରମା ବିଶ୍ୱ ମିତବ୍ୟୟୀତା ଦିବସ ପାଇଁ ଜନ ସଚେତନତା ରଥ ଉଦ୍‌ଘାଟିତ

ବିଶ୍ୱ ମିତବ୍ୟୟୀତା ଦିବସ ପାଇଁ ଜନ ସଚେତନତା ରଥ ଉଦ୍‌ଘାଟିତ

88

ଭଦ୍ରକ, ୩୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ୱଳ୍ପସଂଚୟ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟୀତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଜନ ସଚେତନତା ରଥ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଥିଲା । ଜିଲ୍ଲାପାଳ ଡ. ଜ୍ଞାନ ଦାସ ମୁଖ୍ୟଅତିଥିଭାବରେ ଯୋଗ ଦେଇ ପତାକା ଦେଖାଇ ଏହି ରଥକୁ ଉଦ୍‌ଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ୟାମଭକ୍ତ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ, ସ୍ୱଳ୍ପ ସଂଚୟ ବିଭାଗର ଏଜେଣ୍ଟେମାନେ ଯୋଗ ଦେଇଥିଲେ । ଆଜି ସଂଚନ୍ତୁ କାଲିକି ହସନ୍ତୁ, ମିତବ୍ୟୟୀ ହୋଇ ଧନ ସଞ୍ଚିବା ନିଜ ଭବିଷ୍ୟତ ନିଜେ ଗଢିବା, ପ୍ରଥମେ ସଂଚୟ ଦ୍ୱିତୀୟରେ ବ୍ୟୟ, ବ୍ୟୟ ପୂର୍ବରୁ ଯେ ସଂଚୟ କରେ ଅଭାବ ରହେନି ତାହାର ଘରେ ଭଳି ସଂଚୟର ଉପକାରିତା ବିଷୟରେ ବିଭିନ୍ନ ସ୍ଳୋଗାନ ସମ୍ବଳିତ ସଚେତନତା ବାର୍ତ୍ତା ରଥରେ ପ୍ରଚାର କରାଯାଇ ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱଳ୍ପସଂଚୟ ଅଧିକାରୀ ଦୀପକ ରାଉତ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.