ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ସ୍ଥିତ କଣ୍ଟାବଣିଆ ମଠ ଠାରେ ବିଶ୍ୱହିନ୍ଦୁ ପରିଷଦର ପୁର୍ଣ୍ଣାଙ୍ଗ ସମିତି ଓ ସଂସ୍କାର ସପ୍ତାହ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଳା ସଂଯୋଜକ ବିପିନ ବିହାରୀ ପଣ୍ଡା, ନୂତପ ପ୍ରଖଣ୍ଡ ସଭାପତି କୈଳାଶଚନ୍ଦ୍ର ଗୁପ୍ତା, ସମ୍ପାଦକ ସଂଜୟ ସ୍ୱାଇଁ, ରାମଚନ୍ଦ୍ର ମହାପାତ୍ର, ଅଭିମନ୍ୟୁ ମଲ୍ଲିକ, ବିଜୟ ରାମ, ରଣଜିତ୍ ମହାନ୍ତି, ଅଶୋକ ମଲ୍ଲିକ, ଶକ୍ତିଦତ୍ତ ଦାଶ, ଭରତ ଭୁୟାଁ, ବଳରାମ ମଲ୍ଲିକ, ସୁଶାନ୍ତ ରାଉତ, ଶିଶିର ସ୍ୱାଇଁ, ଶୁଭେନ୍ଦୁ ପାତ୍ର, ମାନସ ପ୍ରଧାନ, ନରେଶ ରାଉତ, ତପନ ବାରିକ, ପ୍ରଶାନ୍ତ ପରିବା, ସଂଜୀବ ମହାନ୍ତି ପ୍ରମୁଖ ଯୋଗ ଦେଇ ଆଗାମୀ ଦିନରେ ପ୍ରଖଣ୍ଡ ପୁର୍ଣ୍ଣାଙ୍ଗ ସମିତି ଓ ବଜରଂଗ ଦଳର ଟୋଲି ଗଠନ କରି ଆଗାମୀ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ମତବ୍ୟକ୍ତ କରିଥିଲେ।