Home ଜିଲ୍ଲା ପରିକ୍ରମା ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ , ଏନଏସି ନିର୍ବାଚନ ପାଇଁ ବିଜେଡିର ପ୍ରାକ୍ ପ୍ରସ୍ତୁତି

ବିଶୃଙ୍ଖଳାକାରୀଙ୍କ ବିରୋଧରେ ହେବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ , ଏନଏସି ନିର୍ବାଚନ ପାଇଁ ବିଜେଡିର ପ୍ରାକ୍ ପ୍ରସ୍ତୁତି

21

ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ପଂଚାୟତ ଓ ବିଧାନସଭା ନିର୍ବାଚନ ସମୟରେ ଧାମନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ଶୋଚନୀୟ ପରାଜୟ ଘଟିଥିଲା । ଦଳୀୟ କନ୍ଦଳ ଓ ଅସହିଂସୁ ଯୋଗୁଁ ଦଳର ପରାଜୟ ହୋଇଥିବା କୁହାଯାଇଛି । ଦଳ ଭିତରେ ଉତମ ବୁଝାବଣା ଅଭାବ ସାଙ୍ଗକୁ ଗୋଷ୍ଠୀ କନ୍ଧଳ ପାଇଁ ଜିଲାର ଅନ୍ୟ ନିର୍ବାଚନ ମଣ୍ଡଳୀରେ ଦଳ ଭଲ ସ୍ଥିତିରେ ଥିବା ବେଳେ ଧାମନଗରରେ ଖରାଫ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆଗାମୀ ଏନଏସି ନିର୍ବାଚନକୁ ଆଖିଆଗରେ ରଖି ପୁଣି ଦଳର ଏକଜୁଟ କରିବା ପାଇଁ ଉପର ମହଲରୁ ଚାପ ପଡିଛି । ବିଶେଷକରି ଧାମନଗର ନିର୍ବାଚନ ମଣ୍ଡଳୀର ପୁର୍ବସ୍ଥିତି ଫେରାଇ ଆଣିବା ପାଇଁ ଦଳର ରାଜ୍ୟସ୍ତରୀୟ ପ୍ରମୁଖ ନେତାଙ୍କୁ ଦାୟିତ୍ୱ ଦିଆଯାଇଥିବା ଶୁଣିବାକୁ ମିଳିଛି । ଆସନ୍ତା ୨୦୨୧ ମସିହାରେ ହେବାକୁ ଥିବା ଏନଏସି ନିର୍ବାଚନ ପୂର୍ବରୁ ଏବେ ଧାମନଗର ବିଜେଡିର ପ୍ରମୁଖ ନେତାଙ୍କୁ ଏକଜୁଟ କରାଯାଇ କିପରି ଭାବେ ନିର୍ବାଚନ ବୈତରଣୀ ପାର ହେବେ ସେଥିପାଇଁ ଖସଡା ପ୍ରସ୍ତୁତି ହୋଇଛି । ଆଜି ସ୍ଥାନୀୟ ଡାକବଙ୍ଗଳା ଠାରେ ଧାମନଗର ବ୍ଲକ ଓ ଏନଏସିର ଛାମୁଆ କର୍ମୀ ମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ନଗର ସଭାପତି ସୁଶାନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏଥିରେ ଦଳର ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ବ୍ଲକ ସଭାପତି ଉମେଶ ଚନ୍ଦ୍ର ମହାନ୍ତି, ବରିଷ୍ଠ ନେତା ରଘୁନାଥ ଲେଙ୍କା, ସମିତିସଭ୍ୟ ପ୍ରଦୀପ ମଲ୍ଲିକ ଓ ହରେକୃଷ୍ଣ ପାଢୀ, ସାଂସଦ ପ୍ରତିନିଧି ନାରାୟଣ ଚନ୍ଦ୍ର ସାହୁ ଓ ଶରତ ମହାନ୍ତି, ପୂର୍ବତନ ସରପଂଚ ସାରଦା ପ୍ରସନ୍ନ ସାହୁ, ପିତାମ୍ବର ପାତ୍ର ପ୍ରମୁଖ ଯୋଗଦେଇ ଆଗାମୀ ଦିନରେ ଧାମନଗର ଏନଏସିର ୧୧ଟି ୱାର୍ଡରେ ଦଳର ସ୍ଥିତିକୁ ସୁଦୃଢ କରିବା ସହ ନିର୍ବାଚନରେ ଦଳ କିପରି ଭାବେ ବିଜୟ ଲାଭ କରିବ ସେ ସଂପର୍କରେ ଆଲୋଚନା ହୋଇଥିଲା । ତେବେ ବିଗତ ଦିନ ମାନଙ୍କରେ ଦଳ ଭିତରେ ଥିବା ମନାନ୍ତର ଓ ମତାନ୍ତର ଯୋଗୁଁ ଦଳ ଯେପରି ପରାଜୟ ଘଟିଥିଲା, ଆଗାମୀ ଦିନରେ ଯେପରି ତାହାର ପୁନରାବୃତି ନଘଟେ । ଯେଉଁମାନେ ଦଳରେ ଥାଇ ବିଶୃଙ୍ଖଳା କରିବେ କିମ୍ବା ସେମାନଙ୍କୁ ଯେଉଁମାନେ ସମର୍ଥନ କରିବେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ସଭାପତି ଶ୍ରୀ ସ୍ୱାଇଁ ତାଗିଦ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସମିତିସଭ୍ୟ ଏମଡି ହବିବୁଲ ରହେମାନ, ଲମ୍ବୋଧର ଜେନା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବାପୁ ମହାପାତ୍ର, ସେକ ଜାଫର ଅଲ୍ଲୀ, କୃଷ୍ଣଚନ୍ଦ୍ର ଜେନା, କୃଷ୍ଣଚନ୍ଦ୍ର ପତି, ଏମଡି ଫକିରୁଦ୍ଦିନ, ସେକ ରୋସ୍ତମ, କାବୁଲି ସ୍ୱାଇଁ, ସତାନତ ବେହେରା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.