Home ଜିଲ୍ଲା ପରିକ୍ରମା ବିଶିଷ୍ଟ କବି କମଳାକାନ୍ତ ଲେଙ୍କାଙ୍କ ୮୬ତମ ଜୟନ୍ତୀ

ବିଶିଷ୍ଟ କବି କମଳାକାନ୍ତ ଲେଙ୍କାଙ୍କ ୮୬ତମ ଜୟନ୍ତୀ

27

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କବି କମଳାକାନ୍ତ ଲେଙ୍କାଙ୍କ ୮୬ତମ ଜୟନ୍ତୀ ସମାରୋହ କବି କମଳାକାନ୍ତ ଲେଙ୍କା ସାହିତ୍ୟ ସମାଜ ପକ୍ଷରୁ କଚେରୀ ବଜାର ସ୍ଥିତ ହୋଟେଲ ଯଶୋଦା ସମ୍ମିଳନୀ କକ୍ଷରେ ପାଳିତ ହୋଇ ଯାଇଛି । ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାକାର ରାଧାବିନୋଦ ନାୟକ, ମୁଖ୍ୟବକ୍ତା ଭାବେ ଡ. ପ୍ରାଭତ ନଳିନୀ ମହାପାତ୍ର, ସମ୍ମାନିତ ଅତିଥି ଭାବେ ପ୍ର. ଅଟଳ ବିହାରୀ ନାୟକ ଯୋଗ ଦେଇ କବି କମଳାକାନ୍ତ ଲେଙ୍କାଙ୍କ କାଳଜୟୀ ସାରସ୍ୱତ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଡ. ଅବନୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୀତାଂଶୁ ଲେଙ୍କା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ କବି ଅକ୍ଷୟ କୁମାର ଜେନା ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । କବୟିତ୍ରୀ ଚୈତାଳୀ ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ । କବିଙ୍କ ରଚିତ କବିତା ଗୁଡିକୁ କଳାକାର କାଳିନ୍ଦୀ ମଲିକ, ଅଧ୍ୟାପକ ରିବନ୍ଦ୍ର ବେହୁରିଆ, ଶିକ୍ଷୟିତ୍ରୀ ଗୀତାରାଣି ଆଇଚ, ଶିକ୍ଷକ ରତିକାନ୍ତ ବେହେରା, ଚିତ୍ରଶିଳ୍ପୀ ଅଶୋକ ମହାନ୍ତି, ରଜତ କୁମାର ସାହୁ ଆବୃତ୍ତି କରିଥିଲେ । କବିଙ୍କ ସାହିତ୍ୟ ସୃଷ୍ଟି ସମ୍ପର୍କରେ ଡ. ରାଧାରାଣି ମହାପାତ୍ର, ନିର୍ମଳ ସେନାପତି, ପ୍ରବୋଧ ମହାନ୍ତ, ଦିବାକର ପାଣି, ବିମଳାନନ୍ଦ ପ୍ରଧାନ, ବସନ୍ତ ନାୟକ, ବିଜୟ ଜେନା, ନାଟ୍ୟଶ୍ରୀ ନିର୍ମଳ ରାଉତ, ଅରୂପାନନ୍ଦ ନାୟକ, ସୋମନାଥ ଓଝା, ରାଜକିଶୋର ସାହୁ, ଗୋଲକ ପଣ୍ଡା, ମମତା ସାହୁ, ବିଶ୍ୱନାଥ ଓଝା ପ୍ରମୁଖ ଆଲୋଚନା କରିଥିଲେ । କବି କମଳାକାନ୍ତ ଲେଙ୍କା ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଭଦ୍ରକର ଏହି ଯୁଗଜନ୍ମା ସାହିତ୍ୟିକଙ୍କ ଜୟନ୍ତୀ ଉତ୍ସବ ଆଗାମୀ ପିଢିର ସାରସ୍ୱତ ସାଧକ/ସାଧିକାମାନଙ୍କ ପାଇଁ ପଥ ପ୍ରଦର୍ଶକ ହେବ ବୋଲି ମତ ପ୍ରକାଶ ପାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.