ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ସାରୋ ଶ୍ୟାମସୁନ୍ଦର ମହାପାତ୍ର ବିଦ୍ୟାନିକେତନ ପରିସରରେ ବିଶିଷ୍ଟ ଆଇନଜୀବି ତଥା ବିଦ୍ୟାନିକେତନର ପ୍ରତିଷ୍ଠାତା ସ୍ୱର୍ଗତ ଅଶୋକ ମହାପାତ୍ରଙ୍କୁ ବୁଧବାର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ଆରମ୍ଭରେ ସ୍ୱର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ମାନସ ରଞ୍ଜନ ଶତପଥି, ସନ୍ତୋଷ ପାତ୍ର, ପ୍ରଶାନ୍ତ ନାୟକ, ସୁନିଲ ସାହୁ, ନିରାକାର ତ୍ରିପାଠୀ, ସୁଜିତ ସାହୁ, ଜିତେନ୍ଦ୍ର ପଣ୍ଡା, ଅକ୍ଷୟ ମହାପାତ୍ର, ନରେନ୍ଦ୍ର ବେହେରା, ଅନନ୍ତ ନାୟକ ପ୍ରମୁଖ ଶିକ୍ଷକ ଓ ସ୍ୱର୍ଗତ ମହାପାତ୍ରଙ୍କ ସାନଭାଇ ସନ୍ତୋଷ ମହାପାତ୍ର ଯୋଗଦେଇ ଅଶୋକ ମହାପାତ୍ରଙ୍କ ସଂଘର୍ଷମୟ ଜୀବନ ବୃତ୍ତାନ୍ତ ସମ୍ପର୍କରେ ଆଲୋକପାତ କରିବା ସହ ସମାଜସେବା, ସାହିତ୍ୟ, ସଂସ୍କୃତି ଓ ଆଇନ ବ୍ୟବସାୟ ପ୍ରତି ଥିବା ଅବଦାନ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରାଯାଇଥିଲା ।