Home ଜିଲ୍ଲା ପରିକ୍ରମା ବିରୋଧୀ ଦଳର ସାଂସଦମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି, ଭଦ୍ରକରେ ଇଣ୍ଡିଆ ମେଣ୍ଟର ଶୋଭାଯାତ୍ରା...

ବିରୋଧୀ ଦଳର ସାଂସଦମାନଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି, ଭଦ୍ରକରେ ଇଣ୍ଡିଆ ମେଣ୍ଟର ଶୋଭାଯାତ୍ରା ଓ ବିକ୍ଷୋଭ

24

ଭଦ୍ରକ, ୨୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଇଣ୍ଡିଆ ମେଣ୍ଟ ତରଫରୁ ଏକ ପଟୁଆର ବନ୍ତଛକରୁ ସିପିଆଇ(ଏମ୍‌) ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ବିଷ୍ଣୁ ଦାଶ, ପ୍ରତାପ ସେଠୀ, ବିକାଶ ନାଥ, ଗିରିଧାରୀ ନାଥ, ଗୟାଧର ସାହୁ, ବ୍ରହ୍ମାନନ୍ଦ ପରିଡା, ମହେଶ୍ୱର ନାୟକ, ସେକ୍ ସିକ୍ରୁ, ଅନନ୍ତ ପୃଷ୍ଟି ଓ ବାମଦେବ ମିଶ୍ରଙ୍କ ନେତୃତ୍ୱରେ ବାହାରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଂଗ୍ରେସ ଦଳ ତରଫରୁ ଏକ ପଟୁଆର ଜିଲା କାର୍ଯ୍ୟାଳୟରୁ ବାହାରି ଜିଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଏକ ପ୍ରତିବାଦ ସଭା ଅଶୋକ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସିପିଆଇଏମ୍ ନେତା ଦିବ୍ୟସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର ଓ କଂଗ୍ରେସ ନେତା ଦିଗମ୍ବର ଦାସ, ବିଦ୍ୟାଧର ଜେନା, ସବିତା ଚାନ୍ଦ, ଅମିତାବାଳା ଆଚାର୍ଯ୍ୟ, ପିତାମ୍ବର ଧଳ ଓ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ ପ୍ରମୁଖ ଅଂଶଗ୍ରହଣ କରି ମୋଦି ସରକାର ଲୋକସଭା ଓ ରାଜ୍ୟସଭାର ୧୪୬ ସଦସ୍ୟ (ଏମପି) ମାନଙ୍କୁ ଅଗଣତାନ୍ତ୍ରିକ ଭାବେ ସଭ୍ୟ ପଦ ରଦ୍ଦ କରି ଗଣତନ୍ତ୍ର ବିରୋଧୀ ନୀତି ବିରୋଧରେ ଦେଶବାସୀ ଏକଜୁଟ ହୋଇ ଲଢେଇ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି । ସାଂସଦର ପରମ୍ପରା ଅନୁସାରେ ବିରୋଧୀ ଦଳ ନେତାମାନଙ୍କ ଅନୁପସ୍ଥିତିରେ ଅଗଣତାନ୍ତ୍ରିକ ଭାବରେ ତିନିଗୋଟି ଦେଶବାସୀଙ୍କ ବିରୋଧୀ ବିଲ୍ ଗୃହିତ କରିଥିବାରୁ ତାଙ୍କୁ ପ୍ରତିବାଦ କରିବା ସହ ଏହି ମର୍ମରେ ଏକ ଦାବିପତ୍ର ପ୍ରତିନିଧି ଦଳଙ୍କ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ପ୍ରେରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.