Home ଜିଲ୍ଲା ପରିକ୍ରମା ବିରେନ ପଲେଇଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ପାଳନ

ବିରେନ ପଲେଇଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ପାଳନ

38

ଭଦ୍ରକ, ୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବତନ ବିଧାୟକ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସ୍ୱର୍ଗତ ବିରେନ ପଲେଇଙ୍କ ୨୦ତମ ଶ୍ରାଦ୍ଧବାର୍ଷିକ ଓ ସ୍ମୃତି ଚାରଣ ସଭା ବିରେନ ପଲେଇ ସ୍ମୃତି ସଂସଦ ତରଫରୁ ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟଠାରେ ସ୍ମୃତି ସଂସଦର ସ୍ଥାୟୀ ସଭାପତି ଦିଲ୍ଲିପ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ସଭାକାର୍ଯ୍ୟ ପ୍ରାରମ୍ଭରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକୁ ଉଦ୍‌ଘାଟନ କରି ତାଙ୍କ ବକ୍ତବ୍ୟରେ କହିଥିଲେ ଭଦ୍ରକ ଜିଲ୍ଲା କଂଗ୍ରେସକୁ ଶକ୍ତିଶାଳୀ କରି କଂଗ୍ରେସ ଲୋକଙ୍କ ମନରେ ହସ ଫୁଟାଇ ପାରିଲେ । ବିରେନ ପଲେଇଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଏହା ଛଡ଼ା ଆନନ୍ଦ ଚନ୍ଦ୍ର ନାଥ ପ୍ରାରମ୍ଭିକ କବିତା ପାଠ କରିଥିବା ବେଳେ ସମ୍ମାନିତ ଅତିଥିଭାବେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ନେତା ଅଶୋକ ଦାସ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ, ରାଜ୍ୟ ଓବିସି ସେଲ ଉପସଭାପତି ଅଭିଷେକ ରାଉତ, ଜିଲ୍ଳା ମହିଳା କଂଗ୍ରେସ ସଭାନେତ୍ରୀ ସବିତା ଚନ୍ଦ ଯୋଗଦେଇ ସ୍ମୃତି ଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଦେବେନ୍ଦ୍ର ମହାନ୍ତି, ଅବଦୁଲ ମୁକିତ ଖାଁ, ପ୍ରଫୁଲ୍ଲ ସାମଲ, ଟୁଟୁ ମହାପାତ୍ର, ଲକ୍ଷ୍ମୀଧର ସାହୁ, ଧାମନଗର ନିର୍ବାଚନ ମଣ୍ଡଳୀ ନେତା ବିଦ୍ୟାଧର ଜେନା, ହୃଦାନନ୍ଦ ସେଠୀ, ଅବଦୁଲ ଖାଁ, ନିରଞ୍ଜନ ମଲ୍ଲିକ, ପ୍ରଦ୍ୟୁମ୍ନ ଦାସ ପ୍ରମୁଖ ସ୍ୱର୍ଗତ ପଲେଇଙ୍କ ସ୍ମୃତି ଚାରଣ କରିଥିଲେ । ଆଶିଷ ରାଉତ, ବିନୟ ବାରିକ, ବାପୁଜୀ ପରିଢ଼ା, ଅସରଫ ଅଲ୍ଲୀ ଖାଁ, ହେମନ୍ତ ମହାପାତ୍ର, ସୌମ୍ୟରଞ୍ଜନ ବାରିକ, ସେକ୍ ପାପା, ସେକ୍ ଇଲିଆସ, ସେକ୍ ଜିକୁ, ଅନନ୍ତ ପଣ୍ଡା, ରାଜକିଶୋର ସ୍ୱାଇଁ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ବୈଲଚନ ପଣ୍ଡା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.