କେନ୍ଦ୍ରାପଡ଼ା, ୪ା୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ଜନୈକ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ବଳାତ୍କାର କରାଯାଇଥିବା ନେଇ ସଦର ଥାନାରେ ସଂପୃକ୍ତ ଯୁବତୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ସେହି ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୋଲିସ ୩୭୨/୨୦୨୧ରେ ଆଇପିସିର ୪୧୭.୪୯୩, ୩୭୬(୨)(ଏନ), ୨୯୪ ଓ ୩୨୩ ଦଫାରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧ ଗ୍ରାମର ମନୋରଞ୍ଜନ ଜେନା(୩୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଅଭିଯୋଗ ଅନୁଯାଇ ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ଗ୍ରାମର ଜନୈକ ୨୮ବର୍ଷର ଯୁବତୀଙ୍କ ସହିତ ମନୋରଞ୍ଜନଙ୍କର ୪ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା। ମନୋରଞ୍ଜନ ବିବାହର ପ୍ରତିଶୃତି ଦେଇ ସଂପୃକ୍ତ ଯୁବତୀଙ୍କୁ ବାରମ୍ବାର ବଳାତ୍କର କରିଥିବା ଯୁବତୀ ଜଣଙ୍କ ଅଭିଯୋଗ କରିଥିଲେ। ସେହି ଅଭିଯୁକ୍ତ ଜଣକ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ ବୋଲି ଜଣାପଡିଛି।