Home ଜିଲ୍ଲା ପରିକ୍ରମା ବିନା ନୋଟିସ୍‌ରେ ୩ ଦଳିତ ପରିବାରଙ୍କ ଘର ଉପରେ ଚାଲିଲା ବୁଲଡୋଜର, ୩୦ ବର୍ଷଧରି ରହିଆସୁଥିବା...

ବିନା ନୋଟିସ୍‌ରେ ୩ ଦଳିତ ପରିବାରଙ୍କ ଘର ଉପରେ ଚାଲିଲା ବୁଲଡୋଜର, ୩୦ ବର୍ଷଧରି ରହିଆସୁଥିବା ପରିବାର ଏବେ ଖୋଲା ଆକାଶ ତଳେ, ନ୍ୟାୟ ପାଇଁ ଜିଲାପ୍ରଶାସନର ଦ୍ୱାରସ୍ତ

63

ଭଦ୍ରକ, ୧୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏକ ସରକାରୀ ଜମିରେ ସରକାରଙ୍କୁ ଖଜଣା ଦେଇ ବସବାସ କରିଆସୁଥିବା ତିନୋଟି ଦଳିତ ପରିବାରର ଗୃହକୁ ବିନା ନୋଟିସ୍‌ରେ ସ୍ଥାନୀୟ ସମିତି ସଭ୍ୟଙ୍କ ସ୍ୱାମୀ ବୁଲଡୋଜର ଲଗାଇ ଭାଙ୍ଗିବା ସହ ବାଡିରେ ହୋଇଥିବା ମୂଲ୍ୟବାନ ଗଛଗୁଡିକ କାଟିଦେବା ଘଟଣା ବିରୁଦ୍ଧରେ ଆଜି ଓଡ଼ିଶା କୃଷକ ସଭାର ଯୁଗ୍ମ ସଂପାଦକ ବିକାଶ ନାଥ ଓ ଭଦ୍ରକ ଜିଲା ସଭାପତି ଚନ୍ଦ୍ରଶେଖର ନାୟକଙ୍କ ନେତୃତ୍ୱରେ ସଂପୃକ୍ତ ପରିବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରାମଦାସ ଟୁଡୁ ଅଭିଯୋଗକାରୀଙ୍କ ଗୁହାରି ଶୁଣିବା ସହ ସ୍ଥାନୀୟ ତହସିଲଦାରଙ୍କୁ ଫୋନ୍ ଯୋଗେ ତଦନ୍ତ କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ସହ ଥଇଥାନର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ଗୃହ ହରାଇ ଶୀତଦିନରେ ବାହାରେ ଶୀତକାକରରେ ପଡି ରହିଥିବା ୩ଟି ପରିବାରର ମୁଖ୍ୟ ୮୫ ବର୍ଷର ବୃଦ୍ଧ ଲକ୍ଷ୍ମୀଧର ଜେନା ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ପଧାନୀ ଗ୍ରାମରେ ତାଙ୍କର ଘର । ରାଜ୍ୟ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ଏବେ ବିଭିନ୍ନ ଯୋଜନାରେ ଭୂମିହୀନଙ୍କୁ ଜାଗା ମିଶନ ଜରିଆରେ ଘର ନିର୍ମାଣ ପାଇଁ ଜମି ବଣ୍ଟନ କରିଆସୁଥିବାବେଳେ ବିନା ନୋଟିସ୍‌ରେ ଏବଂ ସ୍ଥାନୀୟ ତହସିଲ ସୁପରଭାଇଜର, ଦଳାଙ୍ଗ ରାଜସ୍ୱ ନିରୀକ୍ଷକଙ୍କ ବିନା ଉପସ୍ଥିତିରେ ସ୍ଥାନୀୟ ସମିତି ସଭ୍ୟଙ୍କ ସ୍ୱାମୀ ବିରଞ୍ôଚ ମହାଳିକ ମାରଣାସ୍ତ୍ର ସହ ଏକ ଡୋଜର ଆଣି ସେମାନଙ୍କ ଘରକୁ ମାଟିରେ ମିଶାଇଦେବା ସହ ସେଠାରେ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ଧରି ଲଗାଇ ଆସିଥିବା ମୂଲ୍ୟବାନ ଗଛକୁ ନଷ୍ଟ କରିଦେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷରୁ ଉର୍ଦ୍ଧ୍ୱ ହେବ ।

ଏହି ଗଛଗୁଡିକ କାଟିବା ସମୟରେ ସେ ଫରେଷ୍ଟ ବିଭାଗରୁ କୌଣସି ପରମିଶନ ନଆଣି ଅସାମାଜିକ ଭାବେ ଗୁଣ୍ଡାଗିରି ଦେଖାଇ ଏଭଳି କାର୍ଯ୍ୟ କରିଛନ୍ତି । ସେ ଉକ୍ତ ଜମି ପଧାନୀ ମୌଜା ଖାତା ନଂ ୯୬୮, ପ୍ଲଟ୍ ନଂ ୨୭୩୭ ଏ୧.୫୪ ଡି. ରୁ ଏ୦.୦୫ ଡି. ରେ ଘର ନିର୍ମାଣ କରିଛନ୍ତି । ଧାମନଗର ତହସିଲରେ ଏ ସଂପର୍କରେ ଜବରଦଖଲ ମାମଲା କେଶ୍ ନଂ ୪/୨୩୦୫/୧୯, ୯୯୯/୮୦, ୧୪/୧୨/୧୩, ୮୭୦/୧୧/୧୨ ଭଳି କର ସଲାମି ଭାବେ ଦେଇଆସୁଛନ୍ତି । କିନ୍ତୁ ସଂପୃକ୍ତ ସମିତି ସଭ୍ୟଙ୍କ ସ୍ୱାମୀ ବିରଞ୍ôଚ ଯେଭଳି ଭାବେ ଏହି ଶୀତଦିନରେ ତାଙ୍କୁ ବେଘର କରିଛନ୍ତି, ସେ ସଂପର୍କରେ ଧାମନଗର ଥାନା ଓ ତହସିଲରେ ଲିଖିତ ଭାବେ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନାହିଁ । ଏଣୁ ଉକ୍ତ ଘଟଣାର ସରଜମିନ୍ ତଦନ୍ତ ସହ ସେ କିଭଳି ଭାବେ ବାସଗୃହ ନିର୍ମାଣ କରି ରହିବେ ଓ ତାଙ୍କ ଘରକୁ ଭାଙ୍ଗିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ସଂପର୍କରେ ସପରିବାର ଜିଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ତେବେ ଏ ସଂପର୍କରେ ଅତିରିକ୍ତ ଜିଲାପାଳ ଶ୍ରୀ ଟୁଡୁ ସ୍ଥାନୀୟ ତହସିଲଦାରଙ୍କୁ ଅବଗତ କରାଇଥିଲେ ମଧ୍ୟ ଏହି ଦଳିତ ଗରିବ ୩ଟି ପରିବାର କିଭଳି ଭାବେ ଗୃହ ନିର୍ମାଣ କରି ଥଇଥାନ ହେବେ ସେ ସଂପର୍କରେ ପ୍ରଶାସନ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ ପୂର୍ବକ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଓଡ଼ିଶା କୃଷକ ସଭା ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଶ୍ରୀ ନାଥ ଓ ଶ୍ରୀ ନାୟକ ଗଣମାଧ୍ୟମ ଜରିଆରେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.