Home ଜିଲ୍ଲା ପରିକ୍ରମା ବିଧବା ଭତ୍ତାରୁ ବଂଚିତ ଅସହାୟ ମହିଳାଙ୍କ ଧାରଣା

ବିଧବା ଭତ୍ତାରୁ ବଂଚିତ ଅସହାୟ ମହିଳାଙ୍କ ଧାରଣା

160

ଭଦ୍ରକ, ୯ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଜ ସ୍ୱାମୀ ମରିବାର ବର୍ଷେ ବିତିଯାଇଥିଲେ ବି ବିଧବା ଭତ୍ତାଟିଏ ପାଇଁ ଜଣେ ଅସହାୟ ମହିଳା ବାରମ୍ବାର ବିଭାଗୀୟ ଦପ୍ତରରୁ ପ୍ରତାରିତ ହୋଇ ଆଜି ନ୍ୟାୟ ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ମହିଳା ଜଣକ କରିଥିବା ଅଭିଯୋଗ ମୂଳେ ଭଦ୍ରକ ବ୍ଲକ୍ ଅଧୀନସ୍ଥ ସାବରଙ୍ଗ ପଂଚାୟତର ବଡଗୋପାଳସାହି ନିବାସୀ କ୍ଷୀରସିଦ୍ଧୁ ଖୁଣ୍ଟିଆଙ୍କର ବର୍ଷକ ତଳେ ମୃତ୍ୟୁ ହୋଇଥିଲା । ମାତ୍ର ତାଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀ କନକ ଖୁଣ୍ଟିଆ (୫୫) ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ପାଇବା ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବହୁ ଜନ ପ୍ରତିନିଧିଙ୍କୁ ଆକୁଳ ନିବେଦନ କରିଥିଲେ ବି କେହି ଶୁଣିନଥିଲେ । ଏପରିକି ଜିଲା ସାମାଜିକ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସେ ଧାରକରଜ କରି ପ୍ରାୟ ୫ ଶହରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବା ପରେ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ପାଇଥିଲେ । ମାତ୍ର କାଣିଚାଏ ଜମିବାଡି ନଥାଇ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା କନକ ନିଜର ୪ଟି ଝିଅ ଓ ରୋଗଗ୍ରସ୍ତ ଏକମାତ୍ର ପୁଅକୁ ନେଇ ବହୁକଷ୍ଟରେ ଚଳିଆସୁଥିବାବେଳେ ସେ ବିଧବା ଭତ୍ତାଟିଏ ନପାଇବା ଘଟଣା ତାଙ୍କୁ ମାନସିକ ଓ ଆର୍ଥିକ ଯନ୍ତ୍ରଣା ଦେଇଚାଲିଥିଲା । ଆଜି ସେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ପରେ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ କର୍ତ୍ତୃପକ୍ଷ ପହଞ୍ôଚ ପ୍ରତିଶ୍ରୁତି ଦେବା ପରେ ତାଙ୍କ ଧାରଣା ପ୍ରତ୍ୟାହୃତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.