କେନ୍ଦ୍ରାପଡ଼ା ୧୪ -୧୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଘରେ ବିଦ୍ୟୁତ ବଲ୍ୱ ଲଗାଉଥିବା ବେଳେ ହଠାତ କରେଣ୍ଟ ଆସିଯିବାରୁ ବିଦ୍ୟୁତ କରେଣ୍ଟ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଆୟବା ଗ୍ରାମପଞ୍ଚାୟତର କେଉଟଗଡ ଗ୍ରାମର ଅଶୋକ କୁମାର ନାୟକ(୩୨) ଶନିବାର ଘରେ ବିଦ୍ୟୁତ ବଲ୍ୱ ଲଗାଉଥିଲେ। ସେହି ସମୟରେ ହଠାତ ଲାଇନ ଆସିଯିବାରୁ ତାଙ୍କୁ ବିଦ୍ୟୁତ କରେଣ୍ଟ ମାରିଥିଲା। ଫଳରେ ଅଶୋକ ତଳେ କଚାଡି ହୋଇ ପଡିଥିଲେ। ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ଅଶୋକଙ୍କୁ ମୃତ ଘୋଷଣା କରିଥିଲେ। ଅଶୋକଙ୍କର ୪ ଓ ୮ବର୍ଷର ୨ଟି ପିଲାଙ୍କ ସମେତ ବିଧବା ପତ୍ନୀ ଅଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।