ଭଦ୍ରକ, ୮ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟସରକାର ବିଦ୍ୟାଳୟ ମାନଙ୍କର ଭିତିଭୂମି ଉନ୍ନତମାନର କରି ସେଠାରେ ଶିକ୍ଷାପ୍ରତି ଅଧିକ ଗୁରୁତ୍ୱ ଦେବାପାଇଁ ଚିନ୍ତାକରି ସରକାରଙ୍କ ୫-ଟି ଅଧିନରେ ବିଭିନ୍ନ ପୁରାତନ ହାଇସ୍କୁଲକୁ ରୁପାନ୍ତରିଣ କରିବାପାଇଁ ଯୋଜନା କରିଛନ୍ତି । ସେଥିମଧ୍ୟରୁ ଭଦ୍ରକ ଜିଲ୍ଳାର ଧାମନଗର ବ୍ଳକର ଧାମନଗର ହାଇସ୍କୁଲ ଓ ଧୂଷୁରୀ ମୁରଲିଧର ହାଇସ୍କୁଲ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବିଦ୍ୟାଳୟକୁ ରୁପାନ୍ତରିଣ କରିବାପାଇଁ ଅର୍ଥ ମଞ୍ଜୁର ହୋଇ କାର୍ଯ୍ୟ ଚାଲୁ ରହିଥିବାବେଳେ ଧାମନଗର ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ସରିଛି । ପରବର୍ତ୍ତି ସମୟରେ ଏହି ସପ୍ତାହରେ ଧାମନଗର ବ୍ଳକର ପୁଣି ୧୫ଟି ହାଇସ୍କୁଲକୁ ୫-ଟି ଅଧିନରେ ସାମିଲ କରାଯାଇ ରୁପାନ୍ତରିଣ ତାଲିକା ପ୍ରକାଶ ପାଇଥିବାବେଳେ ସେଥିମଧ୍ୟରୁ ବ୍ଲକର ସର୍ବପୁରାତନ ହାଇସ୍କୁଲ କୋଠାର ସରକାରୀ ହାଇସ୍କୁଲକୁ ବାଦ୍ ଦିଆଯାଇଥିବାରୁ ସ୍ଥାନୀୟ କୋଠାର ଅଂଚଳରେ ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ଆଜି କୋଠାର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ଯଦି ୧୫ଦିନ ମଧ୍ୟରୁ ଉକ୍ତ ବିଦ୍ୟାଳୟକୁ ଉକ୍ତ ଯୋଜନାରେ ଅନ୍ତର୍ଭୁକ୍ତ କରାନଯାଏ ରାସ୍ତାରୋକ କରିବା ସହିତ ଭଦ୍ରକ ଜିଲ୍ଳାପାଳ ଓ ଜିଲ୍ଳା ଶିକ୍ଷାଧିକାରୀ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବାବୋଲ ଆଜି ଏହି ସାମ୍ବାଦିକ ସମ୍ମିଳନୀରେ କୋଠାର ସରପଂଚ ନିମାଇ ନାୟକ, ପ୍ରାକ୍ତନ ଛାତ୍ର ଶ୍ରୀଧର ଦାସ, ହିମାଦ୍ରୀ ଦାସ, ପ୍ରଭାତ ରଂଜନ ସାହୁ, ମନୋଜ ଦାସ ପ୍ରମୁଖ ଯୋଗଦେଇ ଚେତାବନି ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀଧର ଦାସଙ୍କ ସଭାପତିତ୍ୱରେ ପ୍ରାୟ ଶତାଧିକ ପୁରାତନଛାତ୍ର ଓ ଗ୍ରାମବାସୀମାନେ ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।
Home ଜିଲ୍ଲା ପରିକ୍ରମା ବିଦ୍ୟାଳୟ ରୁପାନ୍ତରିଣ ତାଲିକାରୁ କୋଠାର ହାଇସ୍କୁଲ ବାଦ୍, ପ୍ରତିବାଦରେ ଆନ୍ଦୋଳନ ପାଇଁ ସଜବାଜ ଓ ସାମ୍ବାଦିକ...