ପୁରୀ, ୧୬/୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ପୁରୀ ସହରରେ ଥିବା ବିଭିନ୍ନ ଶିକ୍ଷାମୁଷ୍ଠାନ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମୋବାଇଲ ନେଇ ବିଦ୍ୟାଳୟକୁ ଯାଉଥିବା ଓ ଶ୍ରେଣୀରେ ପାଠପଢାଇବା ବେଳେ ମୋବାଇଲ ବ୍ୟବହାର କରିବା ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କର ପାଠପଢାରେ ଅସୁବିଧା ଉପୁଜୁଛି। ବାରମ୍ବାର ଏ ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହେଉଛି।
ଯେଉଁମାନେ ମୋବାଇଲ ନେଇ ବିଦ୍ୟାଳୟକୁ ଯାଉଛନ୍ତି ସେମାନେ ସେମାନଙ୍କର ମୋବାଇଲ ଗୁଡିକ କାର୍ଯ୍ୟାଳୟରେ ରଖି ଶ୍ରେଣୀ ଗୃହକୁ ଜିବାପାଇଁ ବିଭିନ୍ନ ମହଲରୁ ଦାବି ହେଉଛି।