Home ଜିଲ୍ଲା ପରିକ୍ରମା ବିଡିଓଙ୍କୁ ଭେଟିଲେ ଆନ୍ତ୍ୟେଦୟ ଚାଉଳରୁ ବଂଚିତ ହିତାଧିକାରୀ

ବିଡିଓଙ୍କୁ ଭେଟିଲେ ଆନ୍ତ୍ୟେଦୟ ଚାଉଳରୁ ବଂଚିତ ହିତାଧିକାରୀ

20

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ବ୍ଲକ ବିଲଣା ପଞ୍ଚାୟତ ଅଧୀନ ୩ଟି ୱାର୍ଡର ୨୦ଜଣ ହିତାଧିକାରୀ ୩ମାସର ଅନ୍ତ୍ୟୋଦୟ ଚାଉଳ ପାଇବାରୁ ବଂଚିତ ହୋଇଛନ୍ତି । ଏଥିରେ ଅସନ୍ତୋଷ ପ୍ରକାଶ କରି ବୁଧବାର ସେହି ହିତାଧିକାରୀମାନେ ବିଡିଓଙ୍କୁ ଭେଟି ଏ ସମ୍ପର୍କରେ ଅଭିଯୋଗ କରିବା ସହିତି ଏହାର ତଦନ୍ତ କରି ସେମାନେ କିପରି ଚାଉଳ ପାଇବେ ସେ ଦିଗରେ ପଦକ୍ଷେପ ନେବାକୁ ଦାବି ଜଣାଇଛନ୍ତି । ବିଲଣା ପଞ୍ଚାୟତ ଅଧୀନ ୧,୨ ଓ ୩ ନମ୍ବର ୱାର୍ଡର ହିତାଧିକାରୀମାନେ ଦର୍ଶାଇଛନ୍ତି ଯେ ଗତ ଜୁଲାଇ, ଅଗଷ୍ଟ ଓ ସେପ୍େଟମ୍ବର ମାସର ଅନ୍ତ୍ୟୋଦୟ ଚାଉଳ ସେମାନଙ୍କୁ ମିଳି ପାରିନାହିଁ । ପ୍ରତି କାର୍ଡ ପିଛା ୧ କୁଇଣ୍ଟାଲ ୫କିଗ୍ରା ଚାଉଳ ମିଳିବାକୁ ଥିଲେ ମଧ୍ୟ ଏହା ମିଳିନଥିବାରୁ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଚଳିତ ବନ୍ୟାରେ ସେମାନଙ୍କର ଘରେ ପାଣି ପଶି ଯାଇଥିଲା । ଯାହାପାଇଁ ସେମାନଙ୍କର ବହୁ କ୍ଷତି ଘଟି ବା ସହ ସେମାନେ ଦୟନୀୟ ଜୀବନ ବିତାଉଛନ୍ତି । ଏହି ପରିସ୍ଥିତିରେ ଚାଉଳ ନମିଳିବା ସେମାନଙ୍କ ଦୁର୍ଦ୍ଦଶାକୁ ବଢ଼ାଇଛି । ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ରିଟେଲର ଗୋବର୍ଦ୍ଧନ ବିଶ୍ୱାଳଙ୍କ ନିକଟକୁ ସେମାନେ ଚାଉଳ ଆଣିବାକୁ ଯିବା ପରେ ଚାଉଳ ଷ୍ଟକ ନଥିବା କହି ସେ ଫେରେଇ ଦେଇଥିବା ଅଭିଯୋଗକାରୀମାନେ ଦର୍ଶାଇଥିଲେ । ତେବେ ରିଟେଲର ଗୋବର୍ଦ୍ଧନ ବିଶ୍ୱାଳ କହନ୍ତି ତାଙ୍କୁ କମ୍ ଚାଉଳ ଯୋଗାଣ ହେବା ନେଇ ସେ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ୨୦ଜଣ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରିବା ସମ୍ଭବ ହୋଇପାରୁନାହିଁ । ପଞ୍ଚାୟତର ନୀଳମଣି ଜେନା, ଚକ୍ରଧର ପଣ୍ଡା, ପିତାମ୍ବର ସାମଲ, ଗୌତମ ବାରିକ, ମଞ୍ଜୁଲତା ବାରିକ, ଝୁନାରାଣୀ ଜେନା, ପଦ୍ମାବତୀ ବିଶ୍ୱାଳ, ମମତା ଦାସ, ମୀରାରାଣୀ ନାୟକ, ପ୍ରେମଲତା ନାୟକ, ସତ୍ୟଭାମା ବିଶ୍ୱାଳ, ରମାକାନ୍ତ ପଣ୍ଡା, ବିକ୍ରମ ନାୟକ, ନରେନ ଚନ୍ଦ୍ର ସାମଲ ପ୍ରମୁଖ ହିତାଧିକାରୀ ବିଡିଓଙ୍କୁ ଭେଟିଥିଲେ । ବିଡିଓ ଜ୍ୟୋତିର୍ମୟ କର ଏ ସମ୍ପର୍କରେ ଯୋଗାଣ ନିରୀକ୍ଷକଙ୍କୁ ଜଣାଇ ଚାଉଳ ବଣ୍ଟନ ଦିଗରେ ପଦକ୍ଷେପ ନେବେ ବୋଲି ହିତାଧିକାରୀଙ୍କୁ କହିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.