Home ଜିଲ୍ଲା ପରିକ୍ରମା ବିଞ୍ଝାରେ ବନ୍ତ ବିଜେପିର ମହା ମିଶ୍ରଣ ପର୍ବ, ଦଳରେ ମିଶିଲେ ୩ଶହରୁ ଉର୍ଦ୍ଧ

ବିଞ୍ଝାରେ ବନ୍ତ ବିଜେପିର ମହା ମିଶ୍ରଣ ପର୍ବ, ଦଳରେ ମିଶିଲେ ୩ଶହରୁ ଉର୍ଦ୍ଧ

24

ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ସେଣ୍ଢତିରା ପଞ୍ଚାୟତ ବିଞ୍ଝା ଠାରେ ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଭିନ୍ନ ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ୩ଶହରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା । ବିଶେଷ କରି ସେଣ୍ଢତିରାର ପୂର୍ବତନ ଯୁବ ସଭାପତି ବିଶ୍ୱଜିତ ସାହୁ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହେବା ଚର୍ଚ୍ଚାର ବିଷୟ ହୋଇଛି । ବିଞ୍ଝା ଗ୍ରାମର ଯୁବ ନେତା ତଥା ସମାଜ ସେବୀ ଆର୍ଯ୍ୟବିର ରାଉଳଙ୍କ ଆୟୋଜନ ଓ ଦଳର ନେତା ସୁଧାଂଶୁ ନାୟକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ବିଜେପି ସମ୍ପାଦକ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ହେମନ୍ତ ପାଢୀ, ରାଜ୍ୟ କାର୍ଯ୍ୟକାରିଣୀ ବଦ୍ରି ନାରାୟଣ ଧଳ, ପଞ୍ଚାନନ ରାଉତ, ଜିଲ୍ଲା ଉପ-ସଭାପତି ମଣ୍ଟୁ ପରିଜା, ଭଗବାନ ପଣ୍ଡା, କୃଷକ ନେତା ଶଙ୍କର୍ଷଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଭାରତ ବର୍ଷ ବିଶ୍ୱଗୁରୁ ହେବା ପାଇଁ ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛି । ମୋଦୀ ଗ୍ୟାରେଣ୍ଟିକୁ ବିଶ୍ୱାସ ରଖି ଦଳରେ ମିଶିଥିବା କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ଏଠାରେ ସଶକ୍ତ ହେବା ସହ ବିଜୟ ଟିକା ପିନ୍ଧିବ ବୋଲି ମତ ପ୍ରକାଶ କରିଥିଲେ । ବିଞ୍ଝା ଗ୍ରାମର ଆର୍ଯ୍ୟବିର ରାଉଳ, ଆଲୋକ ମହାକୁଡ଼, ଧର୍ମେନ୍ଦ୍ର ମଲ୍ଲିକ, ନଳପୁରର ଅଭିମନ୍ୟୁ ସେଠୀ, ତନୁ ଘଡ଼େଇ, ସେଣ୍ଢତିରାର ବିଶ୍ୱଜିତ ସାହୁ, ନାରାୟଣ ମୁଦୁଲୀ, ସୁଶାନ୍ତ ସେନାପତୀ, ଫୁଲ ଗଢିଆର ଅଲୋକ ଜ୍ୟୋତି ଖୁଣ୍ଟିଆ, ଭାସ୍କର ପାତ୍ର, ବିଶ୍ୱନାଥ ମହାପତ୍ର, ସଠତିରାର ଗଜେନ୍ଦ୍ର ମହାନ୍ତି, ବାଲିପୁରର ବିଚିତ୍ର ଜେନା, ଚାରିପୋଖରୀଆର ସୁଶାନ୍ତ ପାତ୍ର, ମାର୍କଣ୍ଡ ବେହେରା, ଭାରତୀ ଦାସ,ସୁଦର୍ଶନ ବେହେରା, ସ୍ୱର୍ଣ୍ଣଲତା ସେନାପତୀ, ପ୍ରତାବ ମୁଦୁଲୀ, ଶଙ୍ଖାଳୀ ବାରିକ,ଦଶରଥ ଜେନା, ଅଜୟ ମହାନ୍ତି, ରାମଚନ୍ଦ୍ର ସେଠୀ,ଶରତ ଚନ୍ଦ୍ର ଜେନା, ଜଗବନ୍ଧୁ ସେଠୀ ପ୍ରମୁଖଙ୍କ ନେତୃତ୍ୱରେ ୩ଶହରୁ ଉର୍ଦ୍ଧ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିଲେ । ଦଳର ନେତୃବୃନ୍ଦ ଉତ୍ତରୀୟ ଓ ଦଳୀୟ ଟୋପି ପିନ୍ଧାଇ କର୍ମୀଙ୍କୁ ଦଳରେ ସ୍ୱାଗତ କରିଥିବା ବେଳେ ଏହି ଅବସରରେ ୫୦ରୁ ଉର୍ଦ୍ଧ ଦୁସ୍ଥ ଓ ଗରିବ ଲୋକଙ୍କୁ ଆର୍ଯ୍ୟବିର ରାଉଳ ଦଳୀୟ ନେତୃତ୍ୱଙ୍କ ଦ୍ୱାରା କମ୍ବଳ ବାଣ୍ଟି ଥିଲେ । କାର୍ଯ୍ୟକ୍ରମକୁ ଧିରେନ୍ଦ୍ର ମଲ୍ଲିକ, ସୁବାଷ ରାଉଳ,ରୋହିତ ବାଇ, ଶରତ ବାଇ, ବନମାଳୀ ବାରିକ, ଟୁଟୁ ଜେନା ପ୍ରମୁଖ ସହଯୋଗ କରିଥିଲେ । ଏଥିରେ ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.