Home ଜିଲ୍ଲା ପରିକ୍ରମା ବିଜେଡ଼ି ସହ ବିଜେପିର ବିବାହରେ କଂଗ୍ରେସ ମସ୍‌ଗୁଲ ହେଲା

ବିଜେଡ଼ି ସହ ବିଜେପିର ବିବାହରେ କଂଗ୍ରେସ ମସ୍‌ଗୁଲ ହେଲା

23

ଭଦ୍ରକ, ୧୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟରେ ଉଭୟ ବିଜେଡ଼ି ଓ ବିଜେପିର ମଧୁଚନ୍ଦ୍ରିକା ରାଜନୀତିରେ ଓଡ଼ିଶାର ବିକାଶ ନାଁରେ ବିନାଶ କରୁଥିବା କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ଏହା ମଧ୍ୟ ଅଭିଯୋଗ କରିଛି କି ଉଭୟ ବିଜେପି ବିଜେଡ଼ି ହେଉଛନ୍ତି ସ୍ୱାମୀ ସ୍ତ୍ରୀ । ପଦାରେ ଉଭୟଙ୍କ କଳି ମାତ୍ର ଭିତରେ ଉଭୟୋ କୋଳାକୋଳି । ରାଜ୍ୟ ରାଜନୀତିରେ ଉଭୟ ପରସ୍ପରକୁ ବିରୋଧ କରୁଥିଲେ ମଧ୍ୟ କେନ୍ଦ୍ର ଶାସନାଧୀନ ବିଜେପିର ସମସ୍ତ କାର୍ଯ୍ୟକୁ ବିଜେଡ଼ିର ଆଖି ବୁଜା ସମର୍ଥନଜାରି ରହିଛି । ବିଜେଡ଼ି ସାଂସଦମାନେ ହାତଟେକିବାକୁ କେବଳ ଯାହା ସଂସଦକୁ ଯାଉଛନ୍ତି । ସଦ୍ୟ ରାଜ୍ୟସଭା ନିର୍ବାଚନରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ କରିବା ଘଟଣା ଉଭୟ ଦଳର ପ୍ରେମକୁ ପଦାରେ ପକାଇଛି । ଓଡ଼ିଶାରେ ଦୀର୍ଘ ପଚିଶି ବର୍ଷ ଧରି ମିଳିତ ଲୁଟ କରୁଥିବା ଏହି ଦୁଇ ଦଳର ଅବୈଧ ସଂପର୍କରେ ସୁଧାର ଆଣି ଏମାନଙ୍କ ସମ୍ପର୍କକୁ ସାମାଜିକ ବୈଧତା ଦେବ ଉଦ୍ଦେଶ୍ୟରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦୁଇ ଦଳକୁ ବିବାହ ବନ୍ଧନରେ ଆବଦ୍ଧ କରାଇ ସାଧାରଣ ଜନତାଙ୍କୁ ଏମାନଙ୍କ ସଂପର୍କ ନେଇ ସଚେତନତା କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟିର ଚୂଡାନ୍ତ ନିଷ୍ପତି କ୍ରମେ ଓଡ଼ିଶା ପିସିସି ପକ୍ଷରୁ ପ୍ରତି ବ୍ଲକ ସ୍ତରରେ ଜନସାଧାରଣଙ୍କ ଠାରେ ବିଜେପି ଓ ବିଜେଡ଼ିର ଏହି ଅବୈଧ ସମ୍ପର୍କକୁ ନେଇ କଂଗ୍ରେସ ସଚେତନତା କରାଇବା ଲକ୍ଷ୍ୟରେ ଉଭୟ ଦଳକୁ ବିବାହ କରାଉଥିବା ଦେଖିବାକୁ ମିଳିଛି । ଆଜି ଏହି କ୍ରମରେ ଭଦ୍ରକ ଜିଲ୍ଲା କଂଗ୍ରେସର ମୁଖ୍ୟମୁଖପାତ୍ର ଶୁଭେନ୍ଦୁ ରାୟ ମହାପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ବିବାହ ଉତ୍ସବ ପାଳନ କରିଥିଲେ । ସୁସଜ୍ଜିତ କାର୍‌ରେ ବରକନ୍ୟା ସହର ପରିକ୍ରମାରେ ମଣ୍ଡପଠାରେ ପହଞ୍ଚିଥିଲେ । ହିନ୍ଦୁ ରୀତିନୀତି ଅନୁଯାୟୀ ବିଜେପି ବର ସହିତ ବିଜେଡ଼ି କନିଆର ବିବାହ ହୋଇଥିଲା । ଏହି ବିବାହ ଉତ୍ସବରେ ରାଜ୍ୟ ମହିଳା କଂଗ୍ରେସ ରାଜ୍ୟ ସମ୍ପାଦିକା ଅମିତାବାଳା ଆଚାର୍ଯ୍ୟ, ଭଦ୍ରକ ବିଧାନସଭା କଂଗ୍ରେସ ସଭାପତି ଇଲିୟାସ୍ ଅଲି ଖାଁ, ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ବଳରାମ ରାଉତ, ବିଧାନସଭା ନଗର ଯୁବ କଂଗ୍ରେସ ସଭାପତି ସୁଶାନ୍ତ ଦାସ, ରିୟାଜ୍ ଖାଁ, ମୁନା ଖାଁ ପ୍ରମୁଖ ସାମିଲ ହୋଇ ଧୁମ୍‌ଧାମ୍‌ରେ ପାଳନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.