ଭଦ୍ରକ, ୨୧ା୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) – ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଗୋପିନାଥପୁର ବିଜେଡ଼ି ସରପଂଚ ପ୍ରାର୍ଥୀ ହେବା ପାଇଁ ସୃଷ୍ଟି ହୋଇଥିବା ବିବାଦର ସମାଧାନ ହୋଇଥିବାର ଜଣାପଡ଼ିଛି। ଏହି ପଂଚାୟତ ବିଜେଡ଼ି ସଭାପତି ଚିତ୍ତରଂଜନ ଉଦ୍ଗାତା ଓ ପୂର୍ବତନ ସମିତି ସଭ୍ୟ ମନରଂଜନ ଘଡ଼େଇ ନିଜ ନିଜ ସମର୍ଥକ ମାନଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବାରୁ ବିଜେଡ଼ି ମଧ୍ୟରେ ଦ୍ୱନ୍ଦ ସୃଷ୍ଟି ହୋଇଥିଲା। ସମାଧାନ ପାଇଁ ଶନିବାର ସଂଧ୍ୟାରେ ପୂର୍ତ୍ତବିଭାଗ ଡ଼ାକବଙ୍ଗଳା ଠାରେ ପଂଚାୟତ ସଭାପତି ଚିତ୍ତରଂଜନ ଉଦ୍ଗାତାଙ୍କ ଆବାହକତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ଯୁବ ବିଜେଡ଼ି ସଭାପତି ସତ୍ୟସାଧନ ବେଜ ଉପସ୍ଥିତ ରହି ଉଭୟ ଆଶାୟୀ ପ୍ରାର୍ଥୀ ଓ ସମର୍ଥକମାନଙ୍କ ମତାମତ ନେଇଥିଲେ। ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ଏବଂ ସାଂସଦ ମଂଜୁଲତା ମଣ୍ଡଳଙ୍କ ନିଷ୍ପତି ସମସ୍ତେ ଗ୍ରହଣ କରିବେ ବୋଲି ଏହି ବୈଠକରେ ସ୍ଥିର ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରପଂଚ ଅଶୋକ ଦାସ, ସୁଶାନ୍ତ ସାହୁ, ବସନ୍ତ ନାୟକ, ସଂଜୟ ଦାସ, ଜଳଧର ଜେନା, ବିନୋଦ ଜେନା, ମନରଂଜନ ଘଡ଼େଇ ପ୍ରମୁଖ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।